ନୂଆଦିଲ୍ଲୀ (ଆମ ଟିଭି): ସଂସଦରେ ଅଶାଳୀନ ବ୍ୟବହାର ପଡ଼ିଲା ମହଙ୍ଗା । ରାଜ୍ୟସଭାରୁ ସସପେଣ୍ଡ ହେଲେ ଆଉ ଜଣେ ସାଂସଦ । ଆପ୍ ସାଂସଦ ସଞ୍ଜୟ ସିଂହ ରାଜ୍ୟସଭାରୁ ସସପେଣ୍ଡ ହୋଇଛନ୍ତି । ନାରାବାଜି, ପେପର ଚିରି ସ୍ପିକରଙ୍କ ଉପରକୁ ଫୋପାଡିବା ଅଭିଯୋଗରେ ତାଙ୍କ ବିରୋଧରେ ଏହି ଆକ୍ସନ ନିଆଯାଇଛି । ତାଙ୍କୁ ଗୋଟିଏ ସପ୍ତାହ ପାଇଁ ରାଜ୍ୟସଭାରୁ ସସପେଣ୍ଡ କରାଯାଇଛି ।
ଆପ୍ ସାଂସଦ ସଞ୍ଜୟ ସିଂହ ଗୃହ ଭିତରେ ଗୁଜରାଟର ବିଷାକ୍ତ ମଦ ପିଇ ଲୋକଙ୍କ ମୃତ୍ୟୁ କଥା ଉଠାଇଥିଲେ । ଏହି ସମୟରେ ତାଙ୍କ ବିରୋଧରେ ଗୃହରେ ନାରାବାଜି, ପେପର ଚିରି ଏହାକୁ ସ୍ପିକରଙ୍କ ଉପରକୁ ଫୋପାଡିବା ଅଭିଯୋଗ ହୋଇଥିଲା । ତେଣୁ ଏବେ ତାଙ୍କୁ ଗୃହରୁ ସସପେଣ୍ଡ କରିଦିଆଯାଇଛି । ସଞ୍ଜୟ ସିଂହ ଏହି ଗୋଟିଏ ସପ୍ତାହ ପାଇଁ ଗୃହରୁ ନିଲମ୍ବିତ ହୋଇଛନ୍ତି ।
ସୋମବାର ଲୋକସଭାର ୪ଜଣ କଂଗ୍ରେସ ସାଂସଦଙ୍କୁ ବାଚସ୍ପତି ନିଲମ୍ବନ କରିଥିଲେ । ମଙ୍ଗଳବାର ୧୯ଜଣ ବିରୋଧୀ ସାଂସଦଙ୍କୁ ନିଲମ୍ବନ କରିଥିଲେ ରାଜ୍ୟସଭା ସଭାପତି । ନିଲମ୍ବିତ ହୋଇଥିବା ସାଂସଦ ହେଉଛନ୍ତି ସୁଷ୍ମିତା ଦେବ, ଡକ୍ଟର ଶାନ୍ତନୁ ସେନ, ଡୋଲା ସେନ୍, ଶାନ୍ତା ଛେତ୍ରି, ମହମ୍ମଦଦ ଅବଦୁଲା, ଏଏ ରହିମ, ଏଲ ଯାଦବ, ବିବି ଶିବାନନ୍ଦ, ଅବୀର ରଂଜନ, ନଦୀମୁଲ ହକ । ଦରଦାମ ବୃଦ୍ଧିକୁ ବିରୋଧ କରି ମୌସୁମୀ ଅଧିବେଶନ ଆରମ୍ଭରୁ ହିଁ ବିରୋଧୀ ସାଂସଦମାନେ ହଙ୍ଗାମା କରି ଗୃହକାର୍ୟ୍ୟରେ ବାଧା ସୃଷ୍ଟି କରୁଥିଲେ ।