ରାଜ୍ୟସଭା ଯାଇପାରନ୍ତି ସୋନିଆ ଗାନ୍ଧୀ

0

ନୂଆଦିଲ୍ଲୀ(ଆମ ଟିଭି): କ୍ଷମତାକୁ ଫେରିବା ପାଇଁ ସଂଘର୍ଷ କରୁଥିବା କଂଗ୍ରେସ ଶିବିରରୁ ବଡ଼ ଖବର ସାମ୍ନାକୁ ଆସିଛି। ଆଉ ଲୋକସଭା ନିର୍ବାଚନ ଲଢ଼ି ନ ପାରନ୍ତି ଦଳର ହାଇକମାଣ୍ଡ ସୋନିଆ ଗାନ୍ଧି। ତଥାପି ସେ ସକ୍ରିୟ ରାଜନୀତିରେ ରହିବେ। କଂଗ୍ରେସ ଦଖଲରେ ଥିବା ଯେକୌଣସି ରାଜ୍ୟରୁ ସେ ରାଜ୍ୟସଭାକୁ ଯିବେ।

ସେହିପରି ତାଙ୍କ ଝିଅ ପ୍ରିୟଙ୍କା ଗାନ୍ଧି ଭଦ୍ରା ସକ୍ରିୟ ରାଜନୀତିକୁ ଆସିବେ। କଂଗ୍ରେସ ତଥା ସୋନିଆଙ୍କ ଗଡ଼ କୁହାଯାଉଥିବା ଉତ୍ତର ପ୍ରଦେଶର ରାଏ ବରେଲୀରୁ ପ୍ରିୟଙ୍କା ଲୋକସଭା ନିର୍ବାଚନ ଲଢ଼ିବେ। ୨୦୨୪ ସାଧାରଣ ନିର୍ବାଚନରେ ହିଁ ପ୍ରିୟଙ୍କା ପ୍ରଥମ ଥର ପାଇଁ ପ୍ରତ୍ୟେକ୍ଷ ନିର୍ବାଚନ ଲଢ଼ିବାକୁ ମୈଦାନକୁ ଓହ୍ଲାଇବେ ବୋଲି କଂଗ୍ରେସର ବିଶେଷ ସୂତ୍ରରୁ ଜଣାପଡ଼ିଛି।

Leave A Reply

Your email address will not be published.