ପୁଣି ବଢିଲା ହେମନ୍ତ ସୋରନେଙ୍କ ଅଡୁଆ

0

ନୂଆଦିଲ୍ଲୀ(ଆମ ଟିଭି): ଜମି ଦୁର୍ନିତି ମାମଲାରେ ଝାରଖଣ୍ତର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ବର୍ତ୍ତମାନ କୋର୍ଟ ପକ୍ଷରୁ କୌଣସି ଆସ୍ୱସ୍ତି ମିଳିପାରି ନାହିଁ । ରାଞ୍ଚିର ପିଏମଏଲଏ କୋର୍ଟ ହେମନ୍ତ ସୋରେନଙ୍କ ରିମାଣ୍ଡକୁ ଟଙ୍କା ହେରଫେର ମାମଲାରେ ତିନି ଦିନ ବୃଦ୍ଧି କରିଛନ୍ତି । ସୋମବାର ଏହି ମାମଲାର ଶୁଣାଣି ବେଳେ ରାଞ୍ଚିର ପିଏମଏଲଏ କୋର୍ଟ ହେମନ୍ତ ସୋରେନଙ୍କୁ ତିନି ଦିନ ପାଇଁ ଇଡି ରିମାଣ୍ଡରେ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟର ଓକିଲ ହେମନ୍ତ ସୋରେନଙ୍କୁ କୋର୍ଟରୁ ୪ ଦିନ ରିମାଣ୍ଡରେ ନେବାକୁ ଦାବି କରିଥିଲେ। ଅନ୍ୟପକ୍ଷରେ ହେମାନ୍ତ ସୋରେନଙ୍କ ଓକିଲ ତାଙ୍କୁ କୋର୍ଟରେ ଅଧିକ ଇଡି ରିମାଣ୍ଡରେ ନେବାକୁ ବିରୋଧ କରିଥିଲେ। ସେ କହିଛନ୍ତି ଯେ ହେମନ୍ତ ସୋରେନଙ୍କ ସମ୍ପୂର୍ଣ୍ଣ ପଚରାଉଚରା ୧୦ ଦିନ ମଧ୍ୟରେ କରାଯିବ। ତାଙ୍କୁ ଅଧିକ ପଚରାଉଚରା କରିବାର କୌଣସି ଆବଶ୍ୟକତା ନାହିଁ ।

Leave A Reply

Your email address will not be published.