ଶମ୍ଭୁ ସୀମାରେ କୃଷକଙ୍କ ବିରୋଧ, ଲୁହାବୁହା ଗ୍ୟାସ୍‌ ପ୍ରୟୋଗ କଲା ପୋଲିସ

0

ଦିଲ୍ଲୀ ଅଭିମୁଖେ ଅନ୍ନଦାତା। ଆରମ୍ଭ ହୋଇଛି କୃଷକ ଆନ୍ଦୋଳନ ୨.୦। ବିଭିନ୍ନ ଦାବି ଦେଇ ଆନ୍ଦୋଳନ କରିବାକୁ ରାଜଧାନୀ ଆଡକୁ ମାଡି ଆସୁଛନ୍ତି ହଜାର ହଜାର କୃଷକ। ଶମ୍ଭୁ ସୀମାରେ ପ୍ରବେଶ କରିବା ପରେ କୃଷକମାନେ ଜୋରଦାର ହଙ୍ଗାମା କରିଛନ୍ତି। ଏମାନଙ୍କୁ ପୁଲିସ ଅଟକାଇବାକୁ ଚେଷ୍ଟା କରିଛି। ଶମ୍ଭୁ ସୀମାରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବାରୁ କୃଷକଙ୍କ ଉପରେ ପୁଲିସ ଡ୍ରୋନ ସହାୟତାରେ ଲୁହାବୁହା ଗ୍ୟାସ୍‌ ପ୍ରୟୋଗ କରିଛି। ଫଳରେ ପୂରା ଅଞ୍ଚଳରେ ଉତ୍ତେଜନା ଆରମ୍ଭ ହୋଇଛି।

କୃଷକ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଅଭେଦ ଦୁର୍ଗରେ ପରିଣତ ହୋଇଛି ଦିଲ୍ଲୀର ବିଭିନ୍ନ ସୀମା। ପୁଲିସ ଚାଷୀଙ୍କୁ ଅଟକାଇବା ପାଇଁ ସୀମାରେ ତାର ବାଡ଼ କରିବା ସହ ବଡ ବଡ କଙ୍କ୍ରିଟ କାନ୍ଥ ଠିଆ କରିଛନ୍ତି। କେବଳ ସେତିକି ନୁହେଁ ଲୁହା କଣ୍ଟା ମଧ୍ୟ ଚାରିଆଡେ ବିଛାଇଛି ପୁଲିସ। ଦିଲ୍ଲୀକୁ ଲାଗିଥିବା ସମସ୍ତ ବର୍ଡରକୁ ସିଲ୍‌ କରାଯାଇଛି।

ଦିଲ୍ଲୀର ତିନୋଟି ସୀମା ସିଙ୍ଘୁ, ଟିକରି ଓ ଗାଜିପୁରରେ ବ୍ୟାପକ ସଂଖ୍ୟାରେ ପୁଲିସ ମୁତୟନ ହୋଇଛନ୍ତି। ପୁଲିସ ସମେତ ପାରାମିଲିଟାରୀ କର୍ମଚାରୀଙ୍କୁ ମଧ୍ୟ ଏହି ସୀମାରେ ମୁତୟନ କରାଯାଇଛି। ଏଠାରେ ପୁଲିସ କଣ୍ଟା ଯୁକ୍ତ ତାରବାଡ ବ୍ୟତୀତ କଣ୍ଟେନର ରଖି ବାରିକ୍ୟାଡେ ମଧ୍ୟ କରିଛି। ସିଙ୍ଘୁ ସୀମାରେ ଏକ ଅସ୍ଥାୟୀ ପୁଲିସ କଣ୍ଟ୍ରୋଲ ରୁମ୍‌ ତିଆରି କରାଯାଇଛି। ସିସିଟିଭି କ୍ୟାମେରା ମଧ୍ୟ ଲଗାଯାଇଛି। ଡ୍ରୋନ୍‌ ସହାୟତାରେ ପୂରା ଅଞ୍ଚଳ ଉପରେ ନଜର ରଖାଯାଇଛି।

Leave A Reply

Your email address will not be published.