୬ ମାସର ରାସନ୍ ନେଇ ଆନ୍ଦୋଳନକୁ ଆସିଲେ ଚାଷୀ
ବିଭିନ୍ନ ଦାବି ନେଇ ଆଜିଠୁ ଚାଷୀ ସଙ୍ଗଠନ ଦିଲ୍ଲୀ ଚଲୋ ଆନ୍ଦୋଳନ ଆରମ୍ଭ ହୋଇଛି। ପ୍ରାୟ ୨୦ ହଜାର ଚାଷୀ ଦିଲ୍ଲୀ ଅଭିମୁଖେ ମାଡି ଆସୁଛନ୍ତି। ୨୫୦୦ ଟ୍ରାକ୍ଟର ରାଲି କରି ହରିଆଣା ଓ ପଞ୍ଜାବର ବିଭିନ୍ନ ଚାଷୀ ସଙ୍ଗଠନ ବିକ୍ଷୋଭ କରିବାକୁ ରାଜଧାନୀ ଅଭିମୁଖେ ବାହାରିଛନ୍ତି। ଏହାରି ଭିତରେ ପଞ୍ଜାବ ସୀମା ପାର୍ କରିଥିବା ସୂଚନା ମିଳିଛି।
ଦିଲ୍ଲୀରେ ଏକଜୁଟ ହୋଇ ବଡ଼ ଧରଣ ପ୍ରଦର୍ଶନ କରିବାକୁ ଚାଷୀ ସଂଗଠନ ଯୋଜନା କରିଛନ୍ତି । ଏଥିପାଇଁ ସେମାନେ ସାଙ୍ଗାରେ ୬ ମାସର ରାସନ ଧରି ଆସିଥିବା କହିଛନ୍ତି। କେବଳ ସେତିକି ନୁହେଁ ପେଟ୍ରୋଲ ଡିଜେଲ ମଧ୍ୟ ଆଣିଥିବା ସୂଚନା ମିଳିଛି। ଏଥିସହ ନିଜ ସାଙ୍ଗରେ ସାମେନ ଆକଶ୍ୟକୀୟ ସାମଗ୍ରୀ ମଧ୍ୟ ଆଣିଛନ୍ତି। ଦାବି ପୂରଣ ନ ହେବା ଯାଏ ହଟିବୁ ନାହିଁ ବୋଲି କୃଷକମାନେ କହିଛନ୍ତି। ଏଥିରୁ ଅନୁମାନ କରାଯାଉଛି ଯେ, କୃଷକମାନେ ଦୀର୍ଘ ଦିନ ଧରି ଆନ୍ଦୋଳନ କରିବାକୁ ଯୋଜନା କରିଛନ୍ତି।