କେଜ୍ରିୱାଲଙ୍କୁ ଝଟକା, ବିଜେପିରେ ସାମିଲ ହେବେ ୩ କାଉଁସିଲର

0

ଚଣ୍ଡିଗଡ଼ ମେୟର ଇଲେକ୍ସନରେ ଆସିଛି ଟ୍ୱିଷ୍ଟ। ଭୋଟ୍ ଗଣତିରେ ଚଞ୍ଚକତା ଅଭିଯୋଗ କରି ଆପ୍ ସୁପ୍ରିମକୋର୍ଟରେ ପହଞ୍ଚିଥିବା ବେଳେ ଦଳର ତିନି ଜଣ ନବ ନିର୍ବାଚିତ କାଉନସିଲର ବିଜେପିରେ ଯୋଗ ଦେଇସାରିଲେଣି। ସେପଟେ ବିଜେପି ପକ୍ଷରୁ ବିଜୟୀ ହୋଇଥିବା ମେୟର ମନୋଜ ସୋନକର ପଦରୁ ଇସ୍ତଫା ଦେଇଛନ୍ତି।

ପ୍ରକାଶ ଥାଉ କି, ଗତ ଜାନୁଆରୀ ୩୦ରେ ଚଣ୍ଡିଗଡ଼ ମେୟର ନିର୍ବାଚନ ଫଳ ପ୍ରକାଶ ପାଇଥିଲା। ଏଠାରେ ଇଣ୍ଡିଆ ମେଣ୍ଟର କଂଗ୍ରେସ ଓ ଆପ୍ ମିଳିତ ଭାବେ ନିର୍ବାଚନ ଲଢୁଥିଲେ। ବିଜେପି ୧୬ ଖଣ୍ଡ ଭୋଟ୍ ପାଇଥିବା ବେଳେ କଂଗ୍ରେସ ଓ ଆପକୁ ମିଳିତ ଭାବେ ୨୦ ଖଣ୍ଡ ମିଳିଥିଲା। କିନ୍ତୁ ସେମାନଙ୍କର ୮ଟି ଭୋଟକୁ ନାକଚ ବା ଅବୈଧ ଘଷଣା ହୋଇଥିଲା। ଫଳରେ କଂଗ୍ରେସ ଓ ଆପ୍ ପ୍ରାର୍ଥୀ କୁଳଦୀପ ସିଂହଙ୍କୁ ପରାସ୍ତ କରି ବିଜେପିର ମନୋଜ ସୋନକର ବିଜୟୀ ହୋଇଥିଲେ।

ଆପ୍ ଏହି ଫଳାଫଳକୁ ଚ୍ୟାଲେଞ୍ଜ କରି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ଭୋଟ୍ ଗଣତିରେ ଚଞ୍ଚକତା ହୋଇଥିବା ଅଭିଯୋଗ କରିଥିଲେ କଂଗ୍ରେସ ଓ ଆପ୍। ସେମାନେ ଅଭିଯୋଗ କରିଥିଲେ ଯେ, ବିଜେପି ନିର୍ବାଚନୀ ନିୟମ ଉଲ୍ଲଙ୍ଘନ କରିବା ସହ ଫର୍ଜରୀ କରିଛି। ପ୍ରିଜାଇଡିଂ ଅଫିସର ବାଲାଟ୍ ପେପରକୁ ନଷ୍ଟ କରିବାର ଭିଡିଓ ଫୁଟେଜର ମଧ୍ୟ ପ୍ରମାଣ ଦେଇଥିଲେ କଂଗ୍ରେସ ଓ ଆପ୍।

Leave A Reply

Your email address will not be published.