ଗୃହିଣୀଙ୍କୁ ନେଇ ବଡ ରାୟ ଦେଲେ ସୁପ୍ରିମକୋର୍ଟ
ଦରମାପ୍ରାପ୍ତ ବା ଚାକିରିଆ ପରିବାର ସଦସ୍ୟଙ୍କଠୁ କୌଣସି ଗୁଣରେ କମ୍ ନୁହେଁ ଗୃହିଣୀଙ୍କç ଭୂମିକା। ଏକ ଗାଡ଼ି ଦୁର୍ଘଟଣାଜନିତ କ୍ଷତିପୂରଣ ମାମଲାର ଶୁଣାଣି କରି, ଗୃହିଣୀଙ୍କ ସଂପର୍କରେ ଏଭଳି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ।
ଏହି ମାମଲାର ଶୁଣାଣି କରି ଦେଶର ସୁପ୍ରିମକୋର୍ଟ କହିଛନ୍ତି, ପରିବାରର ଯତ୍ନ ନେବାରେ ଗୃହିଣୀଙ୍କ ଭୂମିକା ଏବଂ ଗୁରୁତ୍ୱ ଟଙ୍କାରେ କଳନା କରିବା ସମ୍ଭବ ନୁହେଁ। ଯଦି ତାଙ୍କର କାର୍ଯ୍ୟକୁ ଗୋଟି ଗୋଟି କରି ହିସାବ କରାଯାଏ, ତେବେ ଏହା ନିଃସନ୍ଦେହ ଯେ, ଏହା ଖୁବ୍ ଉଚ୍ଚ ଏବଂ ଦୁର୍ମୁଲ୍ୟ। ତେଣୁ ନିର୍ଦ୍ଦିଷ୍ଟ ପରିମାଣର ଆୟ କରୁଥିବା ଜଣେ ପରିବାର ସଦସ୍ୟଙ୍କ ଭୂମିକା ଯେତିକି ଗୁରୁତ୍ୱପୂର୍ଣ୍ଣ, ଗୃହିଣୀଙ୍କ ଭୂମିକା ବି ସେତିକି ଗୁରୁତ୍ବପୂର୍ଣ୍ଣ ।
ସୂଚନା ଅନୁସାରେ, ଉତ୍ତରାଖଣ୍ଡରେ ୨୦୦୬ରେ ଜଣେ ମହିଳାଙ୍କର କାର୍ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ତେବେ କାରର ଇନସ୍ୟୁରାନ୍ସ ନଥିବାରୁ ଏହାର ମାଲିକ ଉକ୍ତ ମହିଳାଙ୍କ ସ୍ୱାମୀ ଏବଂ ନାବାଳକ ପୁଅ ସମେତ ପରିବାରକୁ କ୍ଷତିପୂରଣ ଦେବାର ଥିଲା।
ସେତେବେଳେ ଏକ ମୋଟର ଆକ୍ସିଡେଣ୍ଟ ଟ୍ରିବ୍ୟୁନାଲ୍ କ୍ଷତିପୂରଣ ରାଶିକୁ ଅଢ଼େଇ ଲକ୍ଷ ଟଙ୍କା ବୋଲି ଧାର୍ଯ୍ୟ କରିଥିଲେ । ତେବେ ଏଥିରେ ଅସନ୍ତୁଷ୍ଟ ହୋଇ, ମହିଳାଙ୍କ ପରିବାର ଉତ୍ତରାଖଣ୍ଡ ହାଇକୋର୍ଟରେ ଅଧିକ କ୍ଷତିପୂରଣ ପାଇଁ ଅପିଲ୍ କରିଥିଲେ।