ଏଣିକି ଦୁଇ ଥର ବୋର୍ଡ ପରୀକ୍ଷା ଦେବେ ଛାତ୍ରଛାତ୍ରୀ

0

ନୂଆଦିଲ୍ଲୀ (ଆମ ଟିଭି): ବୋର୍ଡ ପରୀକ୍ଷା ଆରମ୍ଭ ହୋଇଛି। ବର୍ତ୍ତମାନ ସିବିଏସଇ ବୋର୍ଡ, ବିହାର ବୋର୍ଡ, ଏମ୍‌ପି ବୋର୍ଡ, ଓଡ଼ିଶା ବୋର୍ଡ, ବେଙ୍ଗଲ ବୋର୍ଡ ସମେତ ଅନେକ ରାଜ୍ୟ ବୋର୍ଡର ଦଶମ ଏବଂ ଦ୍ୱାଦଶ ପରୀକ୍ଷା ଚାଲିଛି। ଏହି ସମୟରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘୋଷଣା କରିଛନ୍ତି ଯେ, ବର୍ଷକୁ ଦୁଇଥର ବୋର୍ଡ ପରୀକ୍ଷା କରାଯିବ। ଛତିଶଗଡରେ ଏକ କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ପରବର୍ତ୍ତୀ ଏକାଡେମିକ ଅଧିବେଶନ ଯଥା ୨୦୨୫-୨୬ରୁ ଛାତ୍ରୀଛାତ୍ରମାନେ ବର୍ଷକୁ ଦୁଇଥର ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ବୋର୍ଡ ପରୀକ୍ଷା ଦେବେ। ସେ ଏହା ସ୍ପଷ୍ଟ କରିଛନ୍ତି ଯେ ଚଳିତ ବର୍ଷ ଠାରୁ ବୋର୍ଡ ପରୀକ୍ଷା ପୂର୍ବ ଭଳି ହେବ, କିନ୍ତୁ ପରବର୍ତ୍ତୀ ଅଧିବେଶନରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ଛାତୀଛାତ୍ର ବର୍ଷକୁ ଦୁଇଥର ବୋର୍ଡ ପରୀକ୍ଷା ଦେବାର ସୁଯୋଗ ପାଇବେ। ଏହା ଛାତୀଛାତ୍ରଙ୍କ ମନରେ ବୋର୍ଡ ପରୀକ୍ଷା ଦ୍ୱାରା ସୃଷ୍ଟି ହୋଇଥିବା ଭୟ ଏବଂ ଚାପକୁ ହ୍ରାସ କରିବାରେ ସାହାଯ୍ୟ କରିବ।

ବର୍ଷକୁ ଦୁଇଥର ବୋର୍ଡ ପରୀକ୍ଷା ଘୋଷଣା ହେବା ପରେ ଦ୍ୱନ୍ଦ୍ୱରେ ପଡ଼ିଥିବା ଛାତ୍ର ଓ ଅଭିଭାବକମାନଙ୍କ ପାଇଁ କେନ୍ଦ୍ର ମନ୍ତ୍ରୀଙ୍କ ଏହି ବିବୃତ୍ତି ବହୁତ ଆରାମ ଦେଇଛି । ବର୍ଷକୁ ଦୁଇଥର ବୋର୍ଡ ପରୀକ୍ଷାର ନିୟମ ଚଳିତ ବର୍ଷ କିମ୍ବା ଆସନ୍ତା ବର୍ଷ ଠାରୁ ଲାଗୁ ହେବ କି ନାହିଁ, ତାହାକୁ ନେଇ ଦ୍ୱନ୍ଦରେ ଥିଲେ। କିନ୍ତୁ ଧର୍ମେନ୍ଦ୍ର ପ୍ରଧାନ ଏହା ସ୍ପଷ୍ଟ କରିଛନ୍ତି, ପେରବର୍ତ୍ତୀ ଏକାଡେମିକ ଅଧିବେଶନ ଯଥା ୨୦୨୫-୨୬ରୁ ଛାତ୍ରୀଛାତ୍ରମାନେ ବର୍ଷକୁ ଦୁଇଥର ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ବୋର୍ଡ ପରୀକ୍ଷା ଦେବାର ସୁଯୋଗ ପାଇବେ। ଉଭୟ ବୋର୍ଡରେ ଶ୍ରେଷ୍ଠ ସ୍କୋର ଥିବା ଛାତ୍ରୀଛାତ୍ରୀ ପ୍ରଥମ ହେବେ।

Leave A Reply

Your email address will not be published.