ପୁଣି ଅଟକିଲା ଭାରତ ଯୋଡୋ ନ୍ୟାୟ ଯାତ୍ରା

0

ଲକ୍ଷ୍ନୌ (ଆମ ଟିଭି): ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ରୁ କିଛି ଦିନ ବିରତି ନେବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । କଂଗ୍ରେସ ନେତା ଚଳିତ ମାସ ଶେଷରେ ବ୍ରିଟେନର କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଏକ ବକ୍ତୃତା ପ୍ରଦାନ କରିବେ ଏବଂ ଏହା ସହ ଜଡିତ କିଛି ଗୁରୁତ୍ୱପୂର୍ଣ୍ଣ ବୈଠକରେ ମଧ୍ୟ ଅଂଶଗ୍ରହଣ କରିବେ। ତେବେ ଏହି ମଧ୍ୟରେ ରାହୁଲ ଗାନ୍ଧୀ ୨୬ ଫେବୃଆରୀରୁ ୧ ମାର୍ଚ୍ଚ ପର୍ଯ୍ୟନ୍ତ ବିଦେଶ ଗସ୍ତରେ ରହିବେ। ଏହାକୁ ନେଇ ସମାଜବାଦୀ ପାର୍ଟି ରାହୁଲ ଗାନ୍ଧୀଙ୍କ ଏହି ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛି।

ଏସ୍‌ପି ନେତା ଆଇପି ସିଂ ସୋସିଆଲ ମିଡିଆ ମାଧ୍ୟମରେ ପୋଷ୍ଟ କରି ଲେଖିଛନ୍ତି, ଏଭଳି ଗୁରୁତ୍ୱପୂର୍ଣ୍ଣ ସମୟରେ ବିଦେଶ ଯାତ୍ରା କରିବା ଆଶ୍ଚର୍ଯ୍ୟଜନକ। ୨୦୨୪ ନିର୍ବାଚନ ହେଉଛି ଦେଶର ରାଜନୀତିର ମୋଡ଼। ଦଳର ସାଧାରଣ ସମ୍ପାଦକ ଜୟରାମ ରମେଶ ବୁଧବାର ରାହୁଲ ଗାନ୍ଧୀଙ୍କ ବିଦେଶ ଗସ୍ତ ସମ୍ପର୍କରେ ସୂଚନା ଦେଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସେ ପୋଷ୍ଟ କରିଛନ୍ତି, ଭାରତ ଯୋଡୋ ନ୍ୟାୟ ଯାତ୍ରାର ୩୯ ଦିନ ଆଜି ଅପରାହ୍ନ ୨ ଟାରେ କାନପୁରରେ ଶେଷ ହେବ। ୨୨ ଏବଂ ୨୩ ଫେବୃଆରୀରେ ଯାତ୍ରାରେ ଏକ ବିରତି ହେବ।

Leave A Reply

Your email address will not be published.