ବାବା ରାମ ଦେବଙ୍କୁ ଝଟକା

0

ବଢ଼ିଲା ଯୋଗ ଗୁଗୁ ରାମଦେବ ବାବାଙ୍କ ଅଡୁଆ। ଫେକ୍‌ ତଥା ବିଭ୍ରାନ୍ତିକର ବିଜ୍ଞାପନକୁ ନେଇ ପତଞ୍ଜଳି ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ। ପତଞ୍ଜଳି ଓ ବାଲକୃଷ୍ଣଙ୍କୁ ଅଦାଲତ ଅବମାନନା ନୋଟିସ ପଠାଇବା ସହ ଜବାବ ମାଗିଛନ୍ତି ସର୍ବୋଚ୍ଚ ଅଦାଲତ। କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଆପଣ ବିଭ୍ରାନ୍ତିକର ବିଜ୍ଞାପନ କିଭଳି ପ୍ରକାଶ କଲେ ସେ ନେଇ ଅଦାଲତ ପ୍ରଶ୍ନ କରିଛନ୍ତି।

ସୁପ୍ରିମକୋର୍ଟଙ୍କ ବିଚାରପତି ଜଷ୍ଟିସ ଏହସାନୁଦ୍ଦିନ ଅମାନୁଉଲ୍ହା ଓ ପ୍ରଶାନ୍ତ କୁମାର ମିଶ୍ରାଙ୍କ ବେଞ୍ଚ ଏହି ମାଲାର ଶୁଣାଣି କରିଛନ୍ତି। ବିଜ୍ଞାପନରେ ପ୍ରକାଶ ପାଇଥିବା ଫଟୋ ଆଧାରରେ ପତଞ୍ଜଳିକୁ ନୋଟିସ୍‌ ଜାରି କରାଯାଇଛି। ସୁପ୍ରିକୋର୍ଟଙ୍କ ନିର୍ଦ୍ଦେଶକୁ ପତଞ୍ଜଳି ଉଲ୍ଲଘଂନ କରିଛି। ୨୧ ନଭେମ୍ବର ୨୦୨୩ରେ ଦେଇଥିବା ପ୍ରତିଶ୍ରୁତିକୁ ପତଞ୍ଜଳି ରଖିନି ବୋଲି କୋର୍ଟ କହିଛନ୍ତି।

ବିପି, ମଧୁମେହ, ଆଣ୍ଠୁ ଗଣ୍ଠି ଯନ୍ତ୍ରଣା, ଆସ୍ଥମା ଓ ସମ୍ପୂର୍ଣ୍ଣ ମୋଟାପଣକୁ ଦୂର କିରବା ପାଇଁ ଆପଣ କିଭଳି ଦାବି କରିପାରୁଛନ୍ତି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। ଏହା ଔଷଧ ନିୟାମକ ଆଇନ ଉଲ୍ଲଙ୍ଘନ। ଏଲୋପେଥିକୁ ଏଭଳି ଲୋକଙ୍କ ନଜରରେ ତଳକୁ ଖସାଇବା ବା ବଦ୍‌ନାମ କରାଯାଇପାରିବ ନାହିଁ। ଏଲୋପାଥି ଭଳି ଅନ୍ୟ କୌଣସି ଚିକିତ୍ସା ପଦ୍ଧତିକୁ ଆପଣ ସମାଲୋଚନା କରିପାରିବେ ନାହିଁ। କେନ୍ଦ୍ର ସରକାର ଏହି ମାମଲାରେ ଆକ୍ସନ ନେବା ଉଚିତ, ସେ କିନ୍ତୁ ଆଖି ବନ୍ଦ କରିଦେଇଛନ୍ତି ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।

ଏଥିସହ ଆଗାମୀ ନିର୍ଦ୍ଦେଶ ଯାଏଁ କୌଣସି ପ୍ରକାରର ବି ବିଜ୍ଞାପନ ଠାରୁ ଦୂରେଇ ରହିବାକୁ ବାଳକୃଷ୍ଣ ଓ ପତଞ୍ଜଳିକୁ କୋର୍ଟ ଚେତାବନୀ ଦେଇଛନ୍ତି। କେବଳ ସେତିକି ନୁହେଁ ଚିକିତ୍ସା ପ୍ରଣାଳୀ ବିରୋଧରେ ପ୍ରିଣ୍ଟ କିମ୍ବା ବୈଦ୍ୟୁତିକ ଗଣମାଧ୍ୟରେ ବୟାନ ନଦେବାକୁ କୋର୍ଟ କହିଛନ୍ତି।

 

Leave A Reply

Your email address will not be published.