ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ଆପ

0

ପାଖେଇ ଆସିଲାଣି ଲୋକସଭା ନିର୍ବାଚନ। ଆଉ ମାସକ ପରେ ପଡିପାରେ ଭୋଟ୍‌। ଏହାରି ଭିତରେ ଦିଲ୍ଲୀର ୪ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଆମ୍‌ ଆଦମୀ ପାର୍ଟି।

ନୂଆ ଦିଲ୍ଲୀରୁ ସୋମନାଥ ଭାରତୀଙ୍କୁ ଆମ୍‌ ଆଦମୀ ପାର୍ଟି ପ୍ରାର୍ଥୀ କରିଛି। ସେହିପରି ପଶ୍ଚିମ ଦିଲ୍ଲୀରୁ ମହାବଳ ମିଶ୍ରା, ପୂର୍ବ ଦିଲ୍ଲୀରୁ କୁଲଦୀପ କୁମାର ଓ ସାଉଥ ଦିଲ୍ଲୀରୁ ସହୀରାମଙ୍କୁ ପ୍ରାର୍ଥୀ କରିଛି ଆପ୍‌। ଏହି ୪ ଜଣ ପ୍ରାର୍ଥୀ ହେଉଛନ୍ତି ଆମ୍‌ ଆଦମୀ ପାର୍ଟିର ପୁରୁଣା ନେତା। ଏହି ୪ ଜଣଙ୍କ ମଧ୍ୟରୁ ୩ ଜଣ ବର୍ତ୍ତମାନ ଆପ୍‌ର ବିଧାୟକ ଅଛନ୍ତି।

ସେହିପରି ମହାବଳ ମିଶ୍ରା କଂଗ୍ରେସ ସାଂସଦ ଥିଲେ। ୨୦୨୨ ଦିଲ୍ଲୀ ମହାନଗର ନିଗମ ନିର୍ବାଚନର ଠିକ୍ ପୂର୍ବରୁ ସେ ଆପ୍‌ରେ ସାମିଲ ହୋଇଥିଲେ।ଏମାନଙ୍କ ଉପରେ ଏବେ ଦଳ ଆଗାମୀ ଲୋକସଭା ନିର୍ବାଚନରେ ବିଜୟ ନେଇ ଆସ୍ଥା ପ୍ରକଟ କରିଛି। ସେହିପରି ହରିଆଣାର କୁରୁକ୍ଷେତ୍ର ଆସନ ପାଇଁ ମଧ୍ୟ ଆମ୍‌ ଆଦମୀ ପାର୍ଟି ନିଜ ପ୍ରାର୍ଥୀ ଘୋଷଣା କରିଛି। ଏହି ଆସନରୁ ଦଳ ସୁଶୀଲ ଗୁପ୍ତାଙ୍କୁ ଟିକେଟ୍‌ ଦେଇଛି।

ଦିଲ୍ଲୀରେ କଂଗ୍ରେସ ସହ ମେଣ୍ଟ କରି ଆମ ଆଦମୀ ପାର୍ଟି ଆଗାମୀ ଲୋକସଭା ନିର୍ବାଚନ ଲଢ଼ିବ। ଏଥିପାଇଁ ଆସନ ଭାଗବଣ୍ଟା ଶେଷ ହୋଇଛି। ଦିଲ୍ଲୀର ୪ଟି ଆସନରେ ଆପ୍‌ ଲଢ଼ିବାକୁ ଯାଉଥିବା ବେଳେ ୩ଟିରେ କଂଗ୍ରେସ ଲଢ଼ିବାକୁ ସହମତି ହୋଇଛି।

Leave A Reply

Your email address will not be published.