ନୂଆଦିଲ୍ଲୀ (ଆମ ଟିଭି): ପଶ୍ଚିମ ଉତ୍ତର ପ୍ରଦେଶରେ ଆରଏଲଡିକୁ ଟକ୍କର ଦେବାକୁ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ସତ୍ୟପାଲ ମଲ୍ଲିକଙ୍କୁ ଟିକେଟ ଅଫର କରିଛନ୍ତି । ସୂତ୍ର ସୂଚନା ମୁତାବକ ଅଖିଳେଶ ଯାଦବ ଓ ସତ୍ୟପାଲ ମଲ୍ଲିକଙ୍କ ମଧ୍ୟରେ ଏନେଇ ଆଲୋଚନା ଚାଲିଛି । ଅଖିଳେଶ ଯାଦବ ସତ୍ୟପାଲଙ୍କୁ ଅଲିଗଡ ଆସନରୁ ପ୍ରାର୍ଥୀ ହେବାକୁ ଅନୁରୋଧ କରିଛନ୍ତି । ସତ୍ୟପାଲ ମଲ୍ଲିକ ୧୯୮୯ ମସିହାରେ ଅଲିଗଡ ଲୋକସଭା ଆସନରୁ ସାଂସଦ ଭାବେ ବିଜୟୀ ହୋଇଥିଲେ ।
କହିରଖୁ କି, ସମାଜବାଦୀ ପାର୍ଟି ସହ ମେଣ୍ଟରୁ ଜୟନ୍ତ ଚୌଧୁରୀ ବାହାରିଯିବା ପରେ ଅସନ୍ତୁଷ୍ଟ ଥିବା ଅଖିଳେଶ ଯାଦବ ଜାଟ୍ ଭୋଟ ହାତେଇବାକୁ ଚେଷ୍ଟା ଚଳାଇଛନ୍ତି । ତେଣୁ ସେ ଅଲିଗଡରୁ ସତ୍ୟପାଲଙ୍କୁ ପ୍ରାର୍ଥୀ କରି ଜାଟ ଭୋଟ ପାଇବାକୁ ଆଶା କରୁଛନ୍ତି ।