ଓଡ଼ିଶାରେ ମେଣ୍ଟ !

0

ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ ବିଜେଡି ଓ ବିଜେପି ମଧ୍ୟରେ ନିର୍ବାଚନୀ ମେଣ୍ଟ ହୋଇପାରେ ବୋଲି ପୁଣିଥରେ ଚର୍ଚ୍ଚା ଜୋର ଧରିଛି । ଯଦିଓ ୩ଦିନ ତଳେ ଉଭୟ ବିଜେପି ଓ ବିଜେଡି ଏଭଳି ଚର୍ଚ୍ଚାକୁ ଆନୁଷ୍ଠାନିକ ଭାବେ ଖଣ୍ଡନ କରିଥିଲେ, ମାତ୍ର ଆଜିର ରାଜନୀତିକ ଗତିବିଧି ଏହି ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି। ଆଜି ବିଜେପି ନେତାମାନଙ୍କୁ ଅଚାନକ ଦିଲ୍ଲୀ ଡକା ଯାଇଥିବାବେଳେ ବିଜେଡି ନେତାମାନଙ୍କୁ ନବୀନ ନିବାସ ଡକାଯାଇଛି। ନିର୍ବାଚନୀ ରଣନୀତି ପ୍ରସଙ୍ଗରେ ଉଭୟ ଦଳର ବରିଷ୍ଠ ନେତାମାନେ ବିଚାରବିମର୍ଶ କରିବେ ବୋଲି ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ, ବିଜେଡିର ବରିଷ୍ଠ ନେତାମାନଙ୍କୁ ଆଜି ଅଚାନକ ଅପରାହ୍ନ ସାଢ଼େ ୩ଟାରେ ନବୀନ ନିବାସକୁ ଡକାଯାଇଛି । ଦଳର ବରିଷ୍ଠ ନେତାମାନଙ୍କ ସହ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବେ । ଦଳର ପ୍ରାୟ ୧୫ରୁ ୨୦ଜଣ ବରିଷ୍ଠ ନେତାଙ୍କୁ ନବୀନ ନିବାସ ଡକାଯାଇଛି ।

ଏପଟେ ବିଜେପିର ବରିଷ୍ଠ ନେତାମାନଙ୍କୁ ଅଚାନକ ଦିଲ୍ଲୀ ଡକାଯାଇଛି । ସନ୍ଧ୍ୟା ସାଢ଼େ ୫ଟା ସୁଦ୍ଧା ଦିଲ୍ଲୀରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦଳର ରାଜ୍ୟ ସଭାପତି ମନମୋହନ ସାମଲ, ସଂଗଠନ ସମ୍ପାଦକ ମାନସ ମହାନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଶେଶ୍ୱର ଟୁଡ଼ୁ, ସାଂସଦ ଜୁଏଲ ଓରାମ, ବସନ୍ତ ପଣ୍ଡାଙ୍କ ସମେତ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ରାଜ୍ୟ ନିର୍ବାଚନୀ ପ୍ରଭାରୀ ବିଜୟପାଲ ସିଂ ତୋମାର ଏହି ବୈଠକରେ ସାମିଲ ହେବେ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.