ଅପରାହ୍ନରେ ନବୀନ ନିବାସରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ

0

ଭୁବନେଶ୍ୱର (ଆମ ଟିଭି): ଅପରାହ୍ନରେ ବିଜେଡିର ବଡ ବୈଠକ । ବୁଧବାର ଅପରାହ୍ନ ସାଢେ ୩ଟା ସମୟରେ ନବୀନ ନିବାସରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଅଛି । ଏଥିପାଇଁ ବିଜେଡିର ବରିଷ୍ଠ ନେତାଙ୍କୁ ନବୀନ ନିବାସକୁ ଡକାଯାଇଛି । ତେବେ ଆସନ୍ତା ୨୦୨୪ ସାଧାରଣ ନିବାର୍ଚନ ସଂକ୍ରାନ୍ତରେ ଏହି ବୈଠକରେ ଆଲୋଚନା ହେଇପାରେ ବୋଲି ସୂଚନା ମିଳୁଛି ।

ତେବେ ନବୀନ ନିବାସରେ କଣ ଆଲୋଚନା ହେବ ସେନେଇ କୌଣସି ବିଧିବଦ୍ଧ ସୂଚନା ଦିଆଯାଇନି । କେବଳ ନିବାର୍ଚନ ସଂକ୍ରାନ୍ତରେ ବିଜେଡି ସୁପ୍ରିମୋ ଦଳର ନେତାଙ୍କ ସହ ଆଲୋଚନା କରିବେ ବୋଲି ସୂଚନା ମିଳୁଛି । ଏଥିପାଇଁ ଦଳର କିଛି ବରିଷ୍ଠ ବିଧାୟକ, ଏବଂ କୋର୍ ସଦସ୍ୟଙ୍କୁ ନବୀନ ନିବାସରୁ ଡକରା ଆସିଛି । ତେବେ ଆଜି ଦିଲ୍ଲୀରେ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ସହ ରାଜ୍ୟ ବିଜେପି ନେତାଙ୍କର ମଧ୍ୟ ବୈଠକ ବସିବାକୁ ଅଛି । ସନ୍ଧ୍ୟା ୫ଟା ସମୟରେ ଏହି ବୈଠକ ବସିବ । ଏଥିପାଇଁ ରାଜ୍ୟ ବିଜେପିର ନେତାମାନେ ଦିଲ୍ଲୀ ଗସ୍ତରେ ବାହାରିଛନ୍ତି । ତେଣୁ ଏଭଳି ସମୟରେ ବିଜେଡିର ଏହି ବୈଠକ ରାଜନୈତିକ ମହଲରେ ଚର୍ଚ୍ଚା ସୃଷ୍ଟି କରିଛି ।

Leave A Reply

Your email address will not be published.