ବଢ଼ିଲା ଆଶା କର୍ମୀଙ୍କ ଦରମା

0

ବଢ଼ିଛି ଆଶାକର୍ମୀଙ୍କ ଦରମା। ଆଶାକର୍ମୀଙ୍କ ପାରଶ୍ରମିକଙ୍କୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ମାସିକ ଦରମା ୪,୫୦୦ରୁ ୭ ହଜାର ଟଙ୍କାକୁ ବୃଦ୍ଧି ପାଇଛି।

ଖାଲି ଏତିକି ନୁହେଁ ଆଶାକର୍ମୀମାନଙ୍କର ସେବା ନିବୃତ୍ତି ପ୍ରୋତ୍ସାହନ ରାଶି ୫୦ ହଜାରରୁ ୧ ଲକ୍ଷକୁ ବୃଦ୍ଧି କରାଯାଇଥିବା ଘୋଷଣା କରାଯାଇଛି। ଏଥିରେ ୪୯,୫୨୨ ଆଶାକର୍ମୀ ଉପକୃତ ହେବେ। ବର୍ଷକୁ ୨୦୮ କୋଟି ଖର୍ଚ୍ଚ ହେବ।

ସୂଚନାଯୋଗ୍ୟ, ବିଭିନ୍ନ ଦାବି ନେଇ ଆଶାକର୍ମୀମାନେ ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ଧାରଣାରେ ବସିଥିଲେ। ନିଯୁକ୍ତି ସହ ୨୬ ହଜାର ଦରମା ଓ ୧୦ ହଜାର ପେନସନ୍‌ ମୃତ୍ୟୁକାଳୀନ ବୀମାରାଶି ଦାବିରେ ଆଶାକର୍ମୀମାନେ ଧାରଣାରେ ବସିଥିଲେ।

 

Leave A Reply

Your email address will not be published.