ବିଜେପି ନେତାଙ୍କୁ ଗୁଳି କରି ହତ୍ୟା

0

ଛତିଶଗଡ଼ର ବିଜାପୁରରେ ନକ୍ସଲଙ୍କ ବର୍ବରକାଣ୍ଡ। ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁରର କୋଟମେଟା ଗାଁରେ ବିଜେପି ନେତା ତଥା ଜଣେ ଠିକାଦାରଙ୍କୁ ଗୁଳିକରି ହତ୍ୟା କରିଛନ୍ତି ନକ୍ସଲ। ମୃତ ବ୍ୟକ୍ତି ଜଣଙ୍କ ହେଲେ କୈଳାଶ ନାଗ। ତାଙ୍କ ଘର ବିଜାପୁରର କୋଟମେଟା ଗାଁରେ।

ଗତକାଲି ନକ୍ସଲମାନେ ବିଜାପୁର କୋଟମେଟା ଗାଁରେ ପହଞ୍ଚି କୈଳାଶଙ୍କୁ ଉଠାଇ ନେଇଥିଲେ। ପରେ ସନ୍ଧ୍ୟାରେ ନକ୍ସଲମାନେ ତାଙ୍କୁ ଗୁଳିକରି ହତ୍ୟା କରିଥିଲେ।

ଏହାସହ ନକ୍ସଲମାନେ ଠିକା କାମରେ ନିୟୋଜିତ ଜେସିବି ମଧ୍ୟ ଜାଳିଦେଇଥିବା ଜଣାଯାଇଛି। ପୁଲିସ୍‌ ଘଟଣାର ତଦନ୍ତ କରୁଛି। ନକ୍ସଲମାନେ କେଉଁ କାରଣ ପାଇଁ ବିଜେପି ନେତାଙ୍କୁ ହତ୍ୟା କଲେ ତାର କାରଣ ଜଣାପଡ଼ିନାହିଁ।

ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ନକ୍ସଲମାନେ ଛତିଶଗଡ଼ର ବିଜାପୁରରେ ତିରୁପତି କଟଲା ନାମକ ଜଣେ ବିଜେପି ନେତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଥିଲେ। ଗତ ଏକବର୍ଷ ମଧ୍ୟରେ ୯ ଜଣଙ୍କୁ ନକ୍ସଲ ହତ୍ୟା କରିଥିବା ସୂଚନା ରହିଛି।

Leave A Reply

Your email address will not be published.