ନୂଆଦିଲ୍ଲୀ (ଆମ ଟିଭି): ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଦିମିର ଜେଲେନସ୍କି ନିଜ ସେନା ସହ ମାର୍ଚ୍ଚ କରୁଥିବା ସମୟରେ ତାଙ୍କ ଗାଡି ନିକଟରେ ଏକ କ୍ଷେପଣାସ୍ତ୍ର ମାଡ଼ ହେଇଥିବାର ଚର୍ଚ୍ଚା ହେଉଛି । ତେବେ ସୂଚନା ଅନୁଯାୟୀ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ସୁରକ୍ଷିତ ଥିବା କୁହାଯାଉଛି ।
ରୁଷ-ୟୁକ୍ରେନ ଯୁଦ୍ଧ ଆରମ୍ଭରୁ ମାତ୍ର ଦୁଇ ବର୍ଷ ବିତିଗଲାଣି | ଏହି ଦୁଇ ବର୍ଷ ମଧ୍ୟରେ ଜେଲେନସ୍କିଙ୍କ ଉପରେ ଏହା ହେଉଛି ପ୍ରଥମ ପ୍ରମୁଖ ଆକ୍ରମଣ । ଏହି ମିସାଇଲଟି ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଦିମିର ଜେଲେନସ୍କିଙ୍କ କନଭେନର ଅତି ନିକଟରେ ପଡ଼ିଥିବାର କୁହାଯାଉଛି । ଏହା ମଧ୍ୟ କୁହାଯାଉଛି ଯେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଅଳ୍ପକେ ମରଣ ମୁହଁରୁ ବଞ୍ଚି ଯାଇଛନ୍ତି । ରୁଷ-ୟୁକ୍ରେନ ଯୁଦ୍ଧ ହେବ ପରଠାରୁ ଏହା ପ୍ରଥମ ଥର ପାଇଁ ଜାଲେନସ୍କି ନିକଟରେ ଏକ କ୍ଷେପଣାସ୍ତ୍ର ଆକ୍ରମଣ ହୋଇଛି ।
ସୂଚନାନୁସାରେ, ୟୁକ୍ରେନର ରାଷ୍ଟ୍ରପତି ଏବଂ ଗ୍ରୀସର ପ୍ରଧାନମନ୍ତ୍ରୀ ଓଡେସାରେ ସାକ୍ଷାତ କରିବାକୁ ଯାଉଥିଲେ। କିନ୍ତୁ ଯେତେବେଳେ ରାଷ୍ଟ୍ରପତି ଜେଲେନସ୍କିଙ୍କ କନଭେନ ଗ୍ରୀକ୍ ଦୂତାବାସରେ ପହଞ୍ଚିଲା ସେତେବେଳେ ପ୍ରାୟ ୧୦୦ ମିଟର ଦୂରରେ ଏକ କ୍ଷେପଣାସ୍ତ୍ର ଦ୍ଵାରା ଆକ୍ରମଣ ହୋଇଥିଲା।