ନୂଆଦିଲ୍ଲୀ (ଆମ ଟିଭି): ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ପ୍ରଥମଥର ପାଇଁ ଶ୍ରୀନଗରରେ ସାଧାରଣ ଲୋକଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିକଶିତ ଭାରତ, ବିକଶିତ ଜମ୍ମୁ-କଶ୍ମୀର କାର୍ଯ୍ୟକ୍ରମ ଅଧୀନରେ ସେ ୬,୪୦୦ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ ବି କରିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦି ଗୋଟିଏ ସାଧାରଣ ସଭାକୁ ସମ୍ବୋଧନ କରି ଜମ୍ମୁ-କଶ୍ମୀରର ଲୋକଙ୍କୁ ପ୍ରଶଂସା କରିଛନ୍ତି। ଏଥିସହ ସେ ହୃଦୟ ଜିତିବାକୁ ଆସିଥିବା କହିଛନ୍ତି। ଆଜି ଶୁଭାରମ୍ଭ ହୋଇଥିବା ବିକାଶମୂଳକ ପ୍ରକଳ୍ପ ଜମ୍ମୁ-କଶ୍ମୀରର ବିକାଶକୁ ଆହୁରି ଆଗକୁ ନେବ। ବିକଶିତ ଭାରତ ପାଇଁ ଜମ୍ମୁ-କଶ୍ମୀରର ବିକାଶ ନିତ୍ୟାନ୍ତ ଆବଶ୍ୟକ ବୋଲି ସେ କହିଛନ୍ତି।