ବଢିଲା ସୁନାର ମୂଲ୍ୟ, ଜାଣନ୍ତୁ କେତେ ରହିଛି ଦାମ୍

0

ନୂଆଦିଲ୍ଲୀ (ଆମ ଟିଭି): ଏବେ ଚାଲିଛି ବିବାହର ଋତୁ । ଦିନକୁ ଦିନକୁ ସୁନାର ଦାମ୍ ବୃଦ୍ଧି ପାଉଥିବାରୁ ଚିନ୍ତାରେ ଗ୍ରାହକ । ଆଜି ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ହୋଇଛି । ଆଜି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୬,୧୧୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୬୦,୬୬୦ ଟଙ୍କା ରହିଛି । ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ୧ଗ୍ରାମ୍ ପିଛା ୬,୦୬୦ ଟଙ୍କା ହୋଇଥିବା ବେଳେ ୮ଗ୍ରାମ ପିଛା ୪୮,୪୮୦ ଟଙ୍କା ରହିଛି ।

କଟକରେ ମଧ୍ୟ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଗ୍ରାମ ପିଛା ୬,୦୬୦ ଟଙ୍କା ହୋଇଥିବାବେଳେ ୮ ଗ୍ରାମ୍ ପିଛା ୪୮,୪୮୦ ଟଙ୍କା ରହିଛି । ଏହାଛଡା ଶୁଦ୍ଧ ରୂପା ୧ ଗ୍ରାମ୍ ପିଛା ୮୦ ଟଙ୍କା ରହିଥିବା ବେଳେ ୮ ଗ୍ରାମ୍ ପିଛା ୬୪୦ , ୧୦୦ ଗ୍ରାମ ପିଛା ୮,୦୦୦ ଓ ୧ କେଜି ପିଛା ୮୦,୦୦୦ ଟଙ୍କା ରହିଛି।

Leave A Reply

Your email address will not be published.