କୌଣସି ବି ପରିସ୍ଥିତିରେ ସିଏଏକୁ ପ୍ରତ୍ୟାହାର କରାଯିବ ନାହିଁ: ଅମିତ ଶାହା

0

ନୂଆଦିଲ୍ଲୀ (ଆମ ଟିଭି): ନାଗରିକତା ସଂଶୋଧନ ଆଇନ୍ (ସିଏଏ) ସାରା ଦେଶରେ ଲାଗୁ ହୋଇସାରିଛି । ହେଲେ ବିରୋଧୀ କିନ୍ତୁ ଏହାକୁ ନେଇ ସ୍ୱର ଉଠାଇବା ଜାରି ରଖିଛନ୍ତି । ଆଉ ଏହାରି ଭିତରେ ବିରୋଧୀଙ୍କୁ କଡା ଜବାବ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଶାହା କହିଛନ୍ତି, କୌଣସି ବି ପରିସ୍ଥିତିରେ ସିଏଏକୁ ପ୍ରତ୍ୟାହାର କରାଯିବ ନାହିଁ ।ବିରୋଧୀଙ୍କୁ ଟାର୍ଗେଟ କରି ଶାହା କହିଛନ୍ତି, ସିଏଏ ଜରିଆରେ ନୂଆ ଭୋଟ୍ ବ୍ୟାଙ୍କ ପ୍ରସ୍ତୁତ କରିବାକୁ ଚାହୁଁଛନ୍ତି ବିରୋଧୀ । ଏହା ହିଁ ତାଙ୍କର ଇତିହାସ । ହେଲେ ବିଜେପି, ନରେନ୍ଦ୍ର ମୋଦୀଙ୍କ ସରକାରଙ୍କ ସବୁ ଗ୍ୟାରେଣ୍ଟି ପୂରା ହେଇଛି ଆଉ ଆଗକୁ ହେବ ବୋଲି ଶାହା କହିଛନ୍ତି ।

ଖବର ସରବରାହ ସଂସ୍ଥା ଏଏନଆଇକୁ ଇଣ୍ଟରଭ୍ୟୁ ଦେଇ ଶାହା କହିଛନ୍ତି, ବିରୋଧୀଙ୍କ ପାଖରେ ଦ୍ୱିତୀୟ କିଛି କାମ ନାହିଁ । ସେମାନେ କହୁଥିଲେ ସର୍ଜିକାଲ ଷ୍ଟ୍ରାଇକ୍ ଏବଂ ଏୟାରଷ୍ଟ୍ରାଇକ୍ ରାଜନୈତିକ ଲାଭ ପାଇଁ କରାଯାଇଛି । ହେଲେ ଆତଙ୍କବାଦ ବିରୋଧରେ ଆକ୍ସନ ନେବା ଉଚିତ୍ ନୁହେଁ କି ବୋଲି ପ୍ରଶ୍ନ କରିଛନ୍ତି ଶାହା । ସେହିଭଳି ଧାରା ୩୭୦ ଉଚ୍ଛେଦ କଥା ଉଠାଇ ମଧ୍ୟ ବିରୋଧୀଙ୍କ ଉପରେ କେନ୍ଦ୍ର ଗୃହମନ୍ତ୍ରୀ ବର୍ଷିଛନ୍ତି । ଶାହା କହିଛନ୍ତି, ୧୯୫୦ରୁ ଆମେ କହୁଥିଲୁ, ଧାରା ୩୭୦ ହଟେଇବୁ । ସେମାନେ ଯାହା କୁହନ୍ତି, ତାହା କରନ୍ତିନି । ହେଲେ ଆମେ ଯାହା କହୁ, ସେୟା କରୁ ।

Leave A Reply

Your email address will not be published.