ମେଣ୍ଟକୁ ନେଇ ମୁହଁ ଖୋଲିଲେ ଅପରାଜିତ

0

ଭୁବନେଶ୍ୱର : ଓଡ଼ିଶାରେ ଏକାକୀ ନିର୍ବାଚନ ଲଢ଼ିବ ଭାଜପା। ଲୋକମାନଙ୍କ ଆଶୀର୍ବାଦ, ଶୁଭେଚ୍ଛାରେ ସରକାର ଗଢ଼ିବୁ। କିଛି ଏଭଳି କହି ମେଣ୍ଟ କଥାକୁ ଏଡ଼ାଇ ଦେଇଛନ୍ତି ଭାଜପା ସଭାପତି ମନମୋହନ ସାମଲ। ଦିଲ୍ଲୀରୁ ଫେରି ଗୁରୁବାର ସେ ପୁରୁଣା କଥାକୁ ଦୋହରାଇଛନ୍ତି। ତେବେ ମନମୋହନଙ୍କ ମନ୍ତବ୍ୟ ପରେ ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ପ୍ରତିକ୍ରିୟା ରଖିଛନ୍ତି।

ଅପରାଜିତା କହିଛନ୍ତି, ‘ଆଜି କେବଳ କର୍ମୀ ନୁହନ୍ତି, ସାରା ଓଡ଼ିଶାବାସୀ ଆନନ୍ଦିତ। ସଭାପତି ସ୍ପଷ୍ଟ ଭାବେ ଆମେ ଏକାକୀ ଲଢ଼ିବୁ କହିଛନ୍ତି। ଏହାକୁ ନେଇ ଆମେ ସମସ୍ତେ ଉତ୍ସବ ମନାଇବା ଉଚିତ। ’

ପ୍ରକାଶ ଯେ, ଚଳିତ ନିର୍ବାଚନରେ ଭାଜପା-ବିଜେଡି ମଧ୍ୟରେ ମେଣ୍ଟ ହେବା ନେଇ ଗତ କିଛି ଦିନ ଧରି ଚର୍ଚ୍ଚା ଜୋର ଧରିଥିଲା। ହେଲେ ରାଭ୍ୟରେ କୌଣସି ମେଣ୍ଟ ହେବ ନାହିଁ ବୋଲି ମନମୋହନ ସ୍ପଷ୍ଟ କରି ଆସୁଥିଲେ। ଏହାସତ୍ତ୍ୱେ ଲୋକଙ୍କ ମଧ୍ୟରେ ଆଲୋଚନା ଥମି ନ ଥିଲା।

Leave A Reply

Your email address will not be published.