ମାଜିଷ୍ଟ୍ରେଟ ରାୟକୁ ଚ୍ୟାଲେଞ୍ଜ କଲେ କେଜ୍ରିୱାଲ

0

ଦିଲ୍ଲୀ ଅବକାରୀ ନୀତିରେ ହର୍ଥ ହେରଫେର ମାମଲାକୁ ନେଇ ସେସନ୍ କୋର୍ଟରେ ଦ୍ୱାରସ୍ଥ ହୋଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଇଡିରେ ହାଜର ହେବାକୁ ମାଜିଷ୍ଟ୍ରେଟ କୋର୍ଟ ଦେଇଥିବା ନିର୍ଦ୍ଦେଶକୁ ସେ ସେସନ କୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି।

ମାର୍ଚ୍ଚ ୧୬ରେ ଇଡିରେ ହାଜର ହେବାକୁ କେଜ୍ରିୱାଲଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ କେଜ୍ରିୱାଲ ମାଜିଷ୍ଟ୍ରେଟ କୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସେସନ କୋର୍ଟରେ ପହଞ୍ଚିଛନ୍ତି।

ଦିଲ୍ଲୀ ଅବକାରୀ ନୀତିରେ ହର୍ଥ ହେରଫେର ମାମଲାରେ ପଚରା ଉଚରା ପାଇଁ ଇଡି କେଜ୍ରିୱାଲଙ୍କୁ ବାରମ୍ବାର ସମନ ପଠାଇ ଚାଲିଛି। କ୍ରମାଗତ ଭାବେ ଆଠ ଥର ସମନ ପଠାଇବା ପରେ ମଧ୍ୟ କେଜ୍ରିୱାଲ ଇଡି କାର୍ଯ୍ୟାଳୟରେ ହାଜର ହୋଇନଥିଲେ। ଏହାକୁ ନେଇ କେନ୍ଦ୍ରୀୟ ଅନୁସନ୍ଧାନକାରୀ ଏଜେନ୍ସି ଇଡି ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ବିରୋଧରେ ଦୁଇଟି ଅଭିଯୋଗ ଦାଖଲ କରିଥିଲା।

କେଜ୍ରିୱାଲ ଜାଣିଶୁଣି ସମନକୁ ଏଡାଇ ଚାଲିଥିବା ଅଭିଯୋଗ କରିଥିଲା ଇଡି। ଏ ଉପରେ ମହାନଗର ନିଗମ ମାଜିଷ୍ଟ୍ରେଟ କୋର୍ଟ ବିଚାର କରି ଇଡିରେ ହାଜର ହେବାକୁ କେଜ୍ରିୱାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ କେଜ୍ରିୱାଲ କୋର୍ଟଙ୍କ ନିର୍ଦ୍ଦେଶକୁ ସେସନ୍ କୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି।

Leave A Reply

Your email address will not be published.