ନିର୍ବାଚନ ବଣ୍ଡକୁ ନେଇ ଶାହାଙ୍କ ବଡ ପ୍ରଶ୍ନ
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଗୁରୁବାର ସନ୍ଧ୍ୟାରେ ନିର୍ବାଚନୀ ବଣ୍ଡର ତଥ୍ୟ ସାର୍ବଜନୀନ ହେବା ପରେ କ୍ଷମତାସୀନ ବିଜେପିକୁ ଟାର୍ଗେଟ କରିଛନ୍ତି ବିରୋଧୀ। କ୍ଷମତାର ଅପବ୍ୟବହାର କରି ବିଭିନ୍ନ ସଂସ୍ଥା ଓ ବ୍ୟକ୍ତିଙ୍କଠାରୁ ବିଜେପି ନିର୍ବାଚନୀ ବଣ୍ଡ ଜରିଆରେ ଜବରଦସ୍ତି ଟଙ୍କା ହାସଲ କରିଥିବା ବିରୋଧୀ ଅଭିଯୋଗ କରିଛନ୍ତି। ତେବେ ଏହାକୁ କାଉଣ୍ଟର କରିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ।
ଅମିତ ଶାହ କହିଛନ୍ତି, ନିର୍ବାଚନୀ ବଣ୍ଡ ଜରିଆରେ ବିଭିନ୍ନ ରାଜନୈତିକ ଦଳଙ୍କୁ ସମୁଦାୟ ୨୦ ହଜାର କୋଟି ଟଙ୍କା ଚାନ୍ଦା ମିଳିଛି। ସେଥି ମଧ୍ୟରୁ ବିଜେପିକୁ କେବଳ ୬ ହଜାର କୋଟି ଟଙ୍କା ମିଳିଛି। ତେବେ ଅବଶିଷ୍ଟ ୧୪ ହଜାର କୋଟି ଟଙ୍କା କୁଆଡ଼େ ଗଲା ବୋଲି ସେ ପ୍ରଶ୍ନ କରିଛନ୍ତି।
କଳା ଟଙ୍କାର ବିଲୋପ ପାଇଁ ୨୦୧୮ ମସିହାରେ ବଣ୍ଡ ପ୍ରବର୍ତ୍ତନ କରାଯାଇଥିଲା। ନିର୍ବାଚନୀ ବଣ୍ଡ କାର୍ଯ୍ୟକାରୀ ହେବା ପୂର୍ବରୁ ଲୋକେ ରାଜନୈତିକ ଦଳଗୁଡ଼ିକୁ ନଗଦ ଆକାରରେ ଚାନ୍ଦା ଦେଉଥିଲେ।