ଆଜି ଘୋଷଣା ହେବ ନିର୍ବାଚନ ତାରିଖ

0

୨୦୨୪ ସାଧାରଣ ନିର୍ବାଚନ ପାଇଁ ଆଜି ଆସିବ କାର୍ଯ୍ୟସୂଚୀ। ପ୍ରଥମ ପର୍ଯ୍ୟାୟ ଇଲେକ୍ସନ କେବେ ହେବ, ଏଥର କେତେଟି ପର୍ଯ୍ୟାୟରେ ମତଦାନ ହେବ, ଭୋଟ୍ ସରିବାର କେତେ ଦିନ ପରେ ଫଳାଫଳ ପ୍ରକାଶ ପାଇବ, କେଉଁସବୁ ରାଜ୍ୟରେ ଲୋକସଭା ସହ ବିଧାନସଭା ନିର୍ବାଚନ ହେବ ଏବଂ କୋଡ୍ ଅଫ୍ କଣ୍ଡକ୍ଟ କେବେଠାରୁ ଲାଗୁ ହେବ, ସେନେଇ ଆଜି ସ୍ପଷ୍ଟ ହୋଇଯିବ।

ଅପରାହ୍ନ ୩ଟାରେ ନିର୍ବାଚନ କମିଶନର ସାମ୍ବାଦିକ ସମ୍ମିଳନୀ କରି ଏସବୁ ବାବଦରେ ସୂଚନା ଦେବେ। ଗତକାଲି ଏନେଇ ମୁଖ୍ୟ ନିର୍ବାଚନ କମିଶନରଙ୍କ ପକ୍ଷରୁ ଏକ୍ସ ପୋଷ୍ଟ ଯୋଗେ କୁହାଯାଇଥିଲା। ଇସିଆଇଙ୍କ ସୂଚନା ଅନୁସାରେ, ଏଥର ଓଡିଶା ସମେତ ଚାରିଟି ରାଜ୍ୟରେ ଲୋକସଭା ସହ ବିଧାନସଭା ନିର୍ବଚନ ହୋଇପାରେ ବୋଲି ଆଶା କରାଯାଉଛି।

ଏକାଠି ଉଭୟ ନିର୍ବାଚନ ହେବାକୁ ଥିବା ରାଜ୍ୟଗୁଡିକ ଓଡ଼ିଶା, ଅରୁଣାଚଳ ପ୍ରଦେଶ, ଆନ୍ଧ୍ର ଓ ସିକିମ୍ ବୋଲି ଚର୍ଚ୍ଚା ହେଉଛି। ସେହିପରି ମହାରାଷ୍ଟ୍ର, ହରିୟାଣା ଏବଂ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଚଳିତ ବର୍ଷ ଶେଷ ଆଡକୁ ହେବାର ସମ୍ଭାବନା ରହିଛି।

ଗତ ବର୍ଷ ଏପ୍ରିଲ୍ ୧୧ରୁ ମେ ୧୯ ପର୍ଯ୍ୟନ୍ତ ୭ଟି ପର୍ଯ୍ୟାୟରେ ସାଧାରଣ ନିର୍ବାଚନ ହୋଇଥିଲା। ଏହି ସମୟରେ ଓଡିଶା ବିଧାନସଭା ନିର୍ବାଚନ ମଧ୍ୟ ହୋଇଥିଲା। ଶେଷ ପର୍ଯ୍ୟାୟ ଭୋଟ୍ ସରିବାର ୪ ଦିନ ପରେ ଗଣତି ହୋଇଥିଲା। ହେଲେ ଗତ ଥର ମାର୍ଚ୍ଚ ୧୦ରେ ନିର୍ବାଚନ ତାରିଖ ଘୋଷଣା ହୋଇଥିବା ବେଳେ ଏଥର ୬ ଦିନ ବିଳମ୍ବରେ ଘୋଷଣା ହେବାକୁ ଯାଉଛି।

Leave A Reply

Your email address will not be published.