ବଡ ଭେଟି ଦେଲେ ସରକାର: ୧୫ଟଙ୍କା କମିଲା ତୈଳ ଦର

0

ଭୁବନେଶ୍ୱର (ଆମ ଟିଭି): ବଡ ଭେଟି ଦେଲେ ସରକାର। କମିଲା ପେଟ୍ରୋଲ-ଡିଜେଲ ଦାମ। ପାଖାପଖି ୧୫ଟଙ୍କା କମିଲା ତୈଳ ଦର। କହିରଖୁଛୁ ଯେ, ଗୁରୁବାର କେନ୍ଦ୍ର ସରକାର ସାରା ଦେଶରେ ଲିଟର ପିଛା ପେଟ୍ରୋଲ ଓ ଡିଜେଲ ଦରରେ ୨ଟଙ୍କା ହ୍ରାସ କରିଥିଲେ। ଗଲା ଦୁଇ ବର୍ଷ ହେଲା ପେଟ୍ରୋଲ ଓ ଡିଜେଲ ଦାମ ସ୍ଥିର ଥିଲା। ଏଥିରେ କୌଣସି ପରିବର୍ତ୍ତନ ହୋଇ ନ ଥିଲା। ଏବେ ଦାମ କମିବା ପରେ ଓ ପେଟ୍ରୋଲ ଲିଟର ପିଛା ୧୦୧ଟଙ୍କାରେ ପହଞ୍ଚିଛି। ସେହିପରି ଡିଜେଲ ଦର ଲିଟର ପିଛା ୯୨.୬୨ରେ ପହଞ୍ଚିଛି। ସେହିପରି ନୂଆ ଦର ଲାଗୁ ହେବା ପରେ ଦିଲ୍ଲୀରେ ଏଣିକି ଲୋକମାନେ ପେଟ୍ରୋଲ ଲିଟର ପିଛା ୯୪.୭୨ ଟଙ୍କାରେ ପହଞ୍ଚିଛି। ପୂର୍ବରୁ ସେମାନଙ୍କୁ ୯୬.୭୨ ଟଙ୍କା ଦେବାକୁ ପଡୁଥିଲା।

ସେହିପରି ମୁମ୍ବାଇରେ ପେଟ୍ରୋଲ ଦର ୧୦୬.୩୧ ଟଙ୍କାରୁ ଖସି ୧୦୪.୨୧ ଟଙ୍କା, କୋଲକାତାରେ ୧୦୬.୦୩ ଟଙ୍କାରୁ ୧୦୩.୯୪ ଟଙ୍କା ଓ ଚେନ୍ନାଇରେ ୧୦୨.୬୩ ଟଙ୍କା ବଦଳରେ ୧୦୦.୭୨ ଟଙ୍କା ଦେଇ କାଲି ସକାଳ ୬ଟାରୁ ପେଟ୍ରୋଲ ପାଇ ପାରିବେ। ସୂଚନାଥାଉ କି, କେନ୍ଦ୍ରଶାସିତ ଅଞ୍ଚଳ ଲାକ୍ଷାଦ୍ୱୀପରେ ପେଟ୍ରୋଲ-ଡିଜେଲ ଦାମ ୧୫ ଟଙ୍କା ଯାଏଁ କମ୍‌ କରାଯାଇଥିବା କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରୀଦୀପ ସିଂହ ପୁରୀ ସୂଚନା ଦେଇଛନ୍ତି। ଏନେଇ ସୋଶାଲ ମିଡିଆ ପ୍ଲାଟଫର୍ମରେ କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି।

Leave A Reply

Your email address will not be published.