ମୋଦିଙ୍କୁ ଫୋନ୍ କଲେ ଜେଡି ଭାନ୍ସ, ଆହୁରି ମଜଭୁତ ହେବ ଭାରତ-ଆମେରିକା ସମ୍ପର୍କ

0

ନୂଆଦିଲ୍ଲୀ: ମୋଦୀ-ଭାନ୍ସ ଫୋନରେ ଆଲୋଚନା । ମୋଦିଙ୍କୁ ଫୋନ୍ କଲେ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ । ଭାରତ-ଆମେରିକା ସମ୍ପର୍କ ନେଇ ବଡ଼ ଆଲୋଚନା । ଆହୁରି ମଜଭୁତ ହେବ ଭାରତ-ଆମେରିକା ସମ୍ପର୍କ । ରଣନୈତିକ ଭାଗିଦାରୀ ଉପରେ ଫୋକସ୍ । ବାଣିଜ୍ୟରୁ ପ୍ରତିରକ୍ଷା, ସହଯୋଗ ବଢ଼ାଇବେ ଭାରତ-ଆମେରିକା । ୫୦୦ ବିଲିୟନ ଡଲାର ବାଣିଜ୍ୟ ଲକ୍ଷ୍ୟ । ଉଭୟ ନେତା ଭାରତ-ଆମେରିକା ବ୍ୟାପକ ବିଶ୍ୱସ୍ତରୀୟ ରଣନୈତିକ ଭାଗିଦାରୀକୁ ଆହୁରି ମଜବୁତ କରିବା ଦିଗରେ ବିସ୍ତୃତ ଆଲୋଚନା କରିଛନ୍ତି।

ଉଭୟ ନେତା ବାଣିଜ୍ୟ, ପ୍ରତିରକ୍ଷା, ଗୁରୁତ୍ୱପୂର୍ଣ୍ଣ ଏବଂ ଉଦୀୟମାନ ପ୍ରଯୁକ୍ତିବିଦ୍ୟା , ଶକ୍ତି ସୁରକ୍ଷା ଏବଂ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଭଳି ପ୍ରମୁଖ କ୍ଷେତ୍ରରେ ସହଯୋଗକୁ ଆହୁରି ଆଗକୁ ବଢ଼ାଇବା ପାଇଁ ସେମାନଙ୍କର ପ୍ରତିଶ୍ରୁତିବଦ୍ଧତା ଦୋହରାଇଛନ୍ତି। ପରସ୍ପରର ସ୍ୱାର୍ଥ ଜଡ଼ିତ ବିଭିନ୍ନ ଆଞ୍ଚଳିକ ଏବଂ ବୈଶ୍ୱିକ ବିକାଶ ସମ୍ପର୍କରେ ମଧ୍ୟ ଉଭୟ ନେତା ଗୁରୁତ୍ୱପୂର୍ଣ୍ଣ ମତାମତ ଆଦାନପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋସିଆଲ ମିଡିଆରେ ଏହି ଆଲୋଚନା ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଏଭଳି ଉଚ୍ଚସ୍ତରୀୟ ଆଲୋଚନା ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

Leave A Reply

Your email address will not be published.