ବିଜେପିରେ ମିଶିଲେ ପ୍ରସିଦ୍ଧ ଗାୟିକା ଅନୁରାଧା ପୌଡଓ୍ବାଲ

0

ନୂଆଦିଲ୍ଲୀ (ଆମ ଟିଭି): ପ୍ରସିଦ୍ଧ ଗାୟିକା ଅନୁରାଧା ପୌଡଓ୍ବାଲ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଛନ୍ତି। ଶନିବାର ଅପରାହ୍ନରେ ଭାଜପା ଅଫିସରେ ପହଞ୍ଚି ସେ ଦଳରେ ସାମିଲ ହୋଇଛନ୍ତି। ଖୁବ୍‌ଶୀଘ୍ର ଦେଶରେ ଲୋକ ସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ସେ ରାଜନୀତିରେ ପ୍ରବେଶ କରିଛନ୍ତି।

ଭାଜପାରେ ଯୋଗଦେଇ ଅନୁରାଧା କହିଛନ୍ତି, ସନାତନ ଧର୍ମ ସହ ଗଭୀର ସମ୍ପର୍କ ଥିବା ଲୋକମାନଙ୍କ ସହ ଯୋଡ଼ି ହୋଇ ଖୁସି ଲାଗୁଛି। ଫିଲ୍ମଜଗତ ପାଇଁ ଗାଇବା ସହ ଆଧ୍ୟାତ୍ମିକ ଗୀତ ବି ଗାଇଛି। ଯେଉଁ ସମୟରେ ରାମଲାଲାଙ୍କ ସ୍ଥାପନା କରାଗଲା, ସେଠାରେ ମୋତେ ଗାଇବାକୁ ସୁଯୋଗ ଦିଆଯାଇଥିଲା, ଏହା ମୋର ସୌଭାଗ୍ୟ।

କହିରଖୁଛୁ, ଅନୁରାଧା ୯୦ ଦଶକର ଲୋକପ୍ରିୟ ଗାୟିକାଙ୍କ ମଧ୍ୟରୁ ଜଣେ। ଏବେ ତାଙ୍କୁ ୬୯ ବର୍ଷ। ୧୯୬୯ରେ ସେ ଅରୁଣ ପୌଡଓ୍ବାଲଙ୍କୁ ବିବାହ କରିଥିଲେ। ତାଙ୍କର ଦୁଇ ସନ୍ତାନ ଆଦିତ୍ୟ ଏବଂ କବିତା ଅଛନ୍ତି। ହେଲେ କିଛି ବର୍ଷ ପୂର୍ବେ ତାଙ୍କ ପୁଅଙ୍କ ମୃତ୍ୟୁ ଘଟିଥିଲା। ୧୯୯୧ରେ ସ୍ବାମୀଙ୍କୁ ମଧ୍ୟ ହରାଇଛନ୍ତି ସେ।

Leave A Reply

Your email address will not be published.