ହେବ ବିଜେପି ଓ ବିଜେଡ଼ି ମେଣ୍ଟ !

0

ଭୁବନେଶ୍ୱର: ବିଜେଡି-ଭାଜପା ମେଣ୍ଟ ଉପରୁ ପରଦା ଉଠିପାରୁନାହିଁ। ମେଣ୍ଟ ହେବ କି ନାହିଁ, ହେବ ଯଦି କେବେ ଘୋଷଣା ହେବ ତାହାକୁ ନେଇ ସସ୍‌ପେନ୍ସ ଜାରି ରହିଛି। ଏହି ସମୟରେ ମେଣ୍ଟ ପ୍ରସଙ୍ଗ ଉପରେ ଭାଜପା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ବଡ଼ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, କିଛି ବି ହୋଇପାରେ। ଏ ସମ୍ପର୍କରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିଷ୍ପତ୍ତି ନେବେ। ନିଶ୍ଚିତ ଭାବେ ଲୋକ ସଭା ଓ ବିଧାନସଭାରେ ଆମ ସଂଖ୍ୟା ବଢିବ। ଓଡ଼ିଶାରେ ଆଭ ଶକ୍ତିରେ ବଡ଼ ଅଭିବୃଦ୍ଧି ଘଟିବ। ଆମେ ଏକାଠି ଲଢିବୁ କି ଏକାକୀ ଲଢିବୁ, ଆଗ ନିଷ୍ପତ୍ତି ହେଉ। ଯଦି ଏକାଠି ଲଢିବୁ ନବୀନ ବାବୁଙ୍କ ସାଥୀ ହୋଇ ଲଢିବୁ। ଏକାକୀ ଲଢିଲେ, ସରକାର ଗଠନ ପାଇଁ ଲଢିବୁ।

Leave A Reply

Your email address will not be published.