କଟକରେ ହେବ ଲଢେଇ ମଇଦାନରେ ଭର୍ତ୍ତୃହରୀ ଓ ସଂତୃପ୍ତ

0

: ଆସନ୍ତା ସାଧାରଣ ନିର୍ବାଚନରେ ଭାଜପାର ଭର୍ତ୍ତୃହରି ମହତାବ ଏବଂ ବିଜେଡିର ସଂତୃପ୍ତ ମିଶ୍ରଙ୍କ ମଧ୍ୟରେ କଟକ ଲୋକ ସଭା ଆସନରୁ ଦେଖିବାକୁ ମିଳିପାରେ ବଡ଼ ଲଢେଇ। ବିଜେଡିରୁ ଇସ୍ତଫା ଦେବା ପରେ ଭର୍ତ୍ତୃହରି ଗୁରୁବାର ଭାଜପାରେ ଯୋଗ ଦେଇଛନ୍ତି। ଅନ୍ୟପଟେ ଭାରତୀୟ କର୍ପୋରେଟ ଜଗତର ବଡ଼ ନାଁ ସଂତୃପ୍ତ ମିଶ୍ର ନିକଟରେ ବିଜେଡିରେ ଯୋଗ ଦେଇଥିଲେ।

ଏହି ଦୁଇ ନେତା କଟକର ଲୋକ ସଭା ଆସନରୁ ମୁହାଁମୁହିଁ ହୋଇପାରନ୍ତି। ତେବେ ବିଜେଡି ପକ୍ଷରୁ ସଂତୃପ୍ତ ମିଶ୍ରଙ୍କୁ କଟକ ଲୋକ ସଭା ପ୍ରାର୍ଥୀ ଘୋଷଣା କରିସାରିଛି। ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ କଟକରୁ ଭାଜପା ପ୍ରାଥୀ ହେବା ପାଇଁ ଭର୍ତ୍ତୃହରିଙ୍କ ନାଁରେ ମୋହର ଲାଗି ସାରିଛି।

ପ୍ରାୟ ୨୪ ବର୍ଷ ପରେ କଟକରେ ବିଜେଡି ଏକ ନୂଆ ଚେହେରାକୁ ଟିକେଟ ଦେଇଛି। ଅନ୍ୟପଟେ ଭର୍ତ୍ତୃହରି ଗତ ଦୁଇବର୍ଷ ହେବ ବିଜେଡିରେ ସକ୍ରିୟ ନଥିଲେ। ପୂର୍ବରୁ ମଧ୍ୟ ଭର୍ତ୍ତୃହରି ଭାଜପାରେ ଯୋଗ ଦେଇପାରନ୍ତି ବୋଲି ଆଲୋଚନା ହେଉଥିଲା।

ସାଧାରଣ ନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିବା ପରେ ରାଜ୍ୟରେ ରାଜନୈତିକ ମାହୋଲ ସରଗରମ ହୋଇଛି। ଟିକେଟ୍ ଘୋଷଣା ପରେ ୭୨ ବିଧାୟକ ପ୍ରାର୍ଥୀ ଏବଂ ୧୫ ସାଂସଦ ପ୍ରାର୍ଥୀ ସେମାନଙ୍କ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସଂତୃପ୍ତ ମିଶ୍ର କଟକ ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ଏହା ମୋ ପାଇଁ ଏକ ନୂଆ ଯାତ୍ରା ବୋଲି ସଂତୃପ୍ତ କହିଛନ୍ତି।

ରିପୋର୍ଟରେ କୁହାଯାଇଛି ଯେ ତାଙ୍କ ଅଭିଯାନ ମା କଟକ ଚଣ୍ଡୀଙ୍କର ଆଶୀର୍ବାଦରୁ ଆରମ୍ଭ ହୋଇଥିଲା। “ପିଲାଦିନରୁ ମୁଁ ମୋର ସମସ୍ତ କାର୍ଯ୍ୟ ପାଇଁ ସର୍ବଦା ମା କଟକ ଚଣ୍ଡିଙ୍କ ଆଶୀର୍ବାଦ ଲୋଡିଛି। ବର୍ତ୍ତମାନ ମୁଁ ନିଜ ସହରକୁ ଫେରିଛି ଏବଂ ଏଠାରେ ଏକ ନୂତନ କାର୍ଯ୍ୟକ୍ଷେତ୍ର ଆରମ୍ଭ କରିବି” ବୋଲି ସାନ୍ତ୍ରୁପ ମିଶ୍ର ଗଣମାଧ୍ୟମ ସହ ଆଲୋଚନା ବେଳେ କହିଛନ୍ତି।

 

 

Leave A Reply

Your email address will not be published.