ବିଜେପି ଛାଡିବାର କାରଣ କହିଲେ ପ୍ରକାଶ

0

ଭାଜପା ଛାଡ଼ିବା ପରେ ମୁହଁ ଖୋଲିଛନ୍ତି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା। ସେ କହିଛନ୍ତି, ଲୋକଙ୍କ ସେବା କରିବା ସହ ସଙ୍ଗଠନକୁ ମଜଭୁତ କରିବାକୁ ଭାଜପାରେ ଯୋଗ ଦେଇଥିଲି। ଦଳ ପକ୍ଷରୁ ତାଙ୍କୁ ଜିଲା ସଭାପତି ଭାବେ ଦାୟିତ୍ୱ ଦିଆଯାଇଥିଲା। ତୃଣମୂଳସ୍ତରରେ ସଙ୍ଗଠନକୁ ମଜଭୁତ କରିବାକୁ ଯେଉଁମାନଙ୍କର ପ୍ରମୁଖ ଭୂମିକା ଥିଲା ତାଙ୍କୁ ଦଳ ଭିତରେ ଅଣଦେଖା କରାଯାଉଥିଲା । କର୍ମକର୍ତ୍ତାଙ୍କ ମତକୁ ବିଭିନ୍ନ ଫୋରମରେ ରଖିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନ ଥିଲା। ତୃଣମୂଳସ୍ତରର କର୍ମୀଙ୍କୁ ସମ୍ମାନ ମିଳୁ ନ ଥିଲା ଏବଂ ଅଣଦେଖା କରାଯାଉଥିଲା।

ଜିଲା ସଭାପତି ଭାବେ ଏହା ମୋତେ ବାଧିଥିଲା। ଯେଉଁଥିପାଇଁ ଦଳରୁ ଇସ୍ତଫା ଦେଇଛି ବୋଲି ପ୍ରକାଶ କହିଛନ୍ତି। ଦଳ ଛାଡିବା ପରେ କର୍ମକର୍ତ୍ତାଙ୍କ ସହ ଆଲୋଚନା କରି ପରବର୍ତ୍ତୀ ନିଷ୍ପତ୍ତି ନେବି ବୋଲି ପ୍ରକାଶ ଗଣମାଧ୍ୟମକୁ କହିଛନ୍ତି। ନିର୍ବାଚନ ଲଢିବା ଏକ ଧର୍ମ ବୋଲି କହିଛନ୍ତି ପ୍ରକାଶ। ଅନ୍ୟପକ୍ଷେ ଖୁବଶୀଘ୍ର ପ୍ରକାଶ ନିଜ ପରବର୍ତ୍ତୀ ରାଜନୈତିକ ନିଷ୍ପତ୍ତି ନେବେ ବୋଲି ଜଣାପଡିଛି। ଏପରିକି ପ୍ରକାଶ ବିଜେଡିରେ ସାମିଲ ହୋଇପାରନ୍ତି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି।

Leave A Reply

Your email address will not be published.