ଆପ ପଛ ଛାଡୁନି ଇଡି, ଆଉ ଜଣେ ମନ୍ତ୍ରୀଙ୍କୁ ନୋଟିସ
ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଜଣେ ପରେ ଜଣେ ଆପ୍ ମନ୍ତ୍ରୀ ଗିରଫ ହେଉଥିବା ବେଳେ ଆଉ ଜଣେ ମନ୍ତ୍ରୀଙ୍କୁ ସମନ ପଠାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଆଜି ଇଡି ଦିଲ୍ଲୀର ପରିବହନ ମନ୍ତ୍ରୀ କୈଳାସ ଗେହଲଟଙ୍କୁ କାର୍ଯ୍ୟାଳୟରେ ହାଜର ହବାକୁ ନୋଟିସ୍ କରିଛି।
ଗେହଲଟ ନାଜଫଗଡ଼ ବିଧାୟକ ସହ ଦିଲ୍ଲୀ ପରିବହନ ମନ୍ତ୍ରୀ। ସେ ଦିଲ୍ଲୀ ମଦ ନୀତି(ଲିକର୍ ପଲିସି)ର ଡ୍ପାଫ୍ଟ(ଚିଠା) ପ୍ରସ୍ତୁତକାରୀ ବୋଲି ଇଡି ଅଭିଯୋଗ ଆଣିଛି। ଇଡି କହିଛି ଯେ, ‘ସାଉଥ୍ ଗ୍ରୁପ୍’କୁ ଲିକର ପଲିସି ଡ୍ରାଫ୍ଟ ଲିକ୍ କରାଯାଇଥିଲା।
ଲିକର୍ ପଲିସି ଚିଠା ପ୍ରସ୍ତୁତି ସମୟରେ ଗେହଲଟ ଆପ୍ ଯୋଗାଯୋଗ ଦାୟିତ୍ୱରେ ଥିବା ବିଜୟ ନାୟାରଙ୍କୁ ତାଙ୍କ ସରକାରୀ ବାସଭବନ ବ୍ୟବହାର କରିବାକୁ ଅନୁମତି ଦେଇଥିଲେ। ଗେହଲଟ ବାରମ୍ବାର ମୋବାଇଲ୍ ନଂ ବଦଳାଇଥିବା ଅଭିଯୋଗ କରିଛି ଇଡି।