ପାକିସ୍ତାନୀଙ୍କୁ ଉଦ୍ଧାର କଲା ଭାରତ

0

୧୨ ଘଣ୍ଟାର ଲମ୍ବା ଅପରେସନ ପରେ ସୋମାଲିଆ ଲୁଟେରାଙ୍କଠୁ ୨୩ ପାକିସ୍ତାନୀ ନାଗରିକଙ୍କୁ ଉଦ୍ଧାର କରିଛି ଭାରତ। ଏହାସହ ଭାରତୀୟ ନୌସେନା ପାଖରେ ଆତ୍ମସର୍ମପଣ କରିଛନ୍ତି ଲୁଟେରା।

ମାର୍ଚ୍ଚ୨୮ ତାରିଖରେ ଆରବ ସାଗରରେ ଇରାନର ଫିସିଂ ଭେସଲରେ ୨୩ ପାକିସ୍ତାନୀ ନାଗରିକଙ୍କୁ ସୋମାଲିଆ ଲୁଟେରା ଅପହରଣ କରି ନେଇଥିଲେ। ମାର୍ଚ୍ଚ ୨୯ ତାରିଖରେ ଭାରତୀୟ ନୌସେନା ନିକଟକୁ ଏନେଇ ଖବର ଆସିଥିଲା। ପରେ ପାକିସ୍ତାନୀ ନାଗରିକଙ୍କୁ ଉଦ୍ଧାର କରିବା ପାଇଁ ବାହାରିଥିଲା ଭାରତୀୟ ନୌସେନା। ୧୨ ଘଣ୍ଟାର ଲମ୍ବା ଅପରେସନ ପରେ ଆଇଏନଏସ ତ୍ରିଶୂଳ ସାହାଯ୍ୟରେ ଜାହାଜରେ ଥିବା ଲୁଟେରାଙ୍କ ଆତ୍ମସମର୍ପଣ କରିବାକୁ ବାଧ୍ୟ କରିଥିଲା ଭାରତୀୟ ନୌସେନା। ପରେ ଜାହାଜରୁ ୨୩ ଜଣ ପାକିସ୍ତାନୀ କ୍ରୁ ମେମ୍ବରଙ୍କୁ ଉଦ୍ଧାର କରାଯାଇଥିଲା। ପରେ ପୂରା ଅଞ୍ଚଳକୁ ଲୁଟେରା ମୁକ୍ତ କରିବା ପାଇଁ ଉଦ୍ୟମ ଆରମ୍ଭ କରିଚି ଭାରତୀୟ ନୌସେନା।

Leave A Reply

Your email address will not be published.