ବିଜେପିରେ ସାମିଲ ହେଲେ ଅନୁଭବ

0

ଭାଜପାରେ ସାମିଲ ହେଲେ ଅଭିନେତା ତଥା କେନ୍ଦ୍ରାପଡ଼ା ଏମ୍‌ପି ଅନୁଭବ ମହାନ୍ତି। ସୋମବାର ଦିଲ୍ଲୀସ୍ଥିତ ଦଳୀୟ କାର୍ଯ୍ୟାଳୟରେ ସେ ଭାଜପାରେ ମିଶିଛନ୍ତି। ୨ ଦିନ ତଳେ ଅନୁଭବ ବିଜେଡିରୁ ଇସ୍ତଫା ଦେଇଥିଲେ। ମୋଦିଙ୍କ ନେତୃତ୍ୱରେ ପ୍ରଭାବିତ ହୋଇ ସେ ଭାଜପାରେ ସାମିଲ ହୋଇଥିବା କହିଛନ୍ତି। କିଛି ଦିନ ହେଲା ବିଜେଡିର ଦଳୀୟ କାର୍ଯ୍ୟକ୍ରମରୁ ଅନୁଭବ ଦୂରେଇ ରହୁଥିଲେ। ଦିଜ ନିର୍ବାଚନ ମଣ୍ଡଳୀ କେନ୍ଦ୍ରାପଡ଼ାରେ ତାଙ୍କୁ ଦେଖିବାକୁ ମିଳୁ ନ ଥିଲା। ବିଭିନ୍ନ ସମୟରେ ନିଜ ମନ୍ତବ୍ୟକୁ ନେଇ ବିବାଦରେ ରହି ଆସୁଥିଲେ। ଏପରିକି ନିଜ ପାରିବାରିକ କଳହକୁ ନେଇ ମଧ୍ୟ ବିବାଦରେ ଥିଲେ।

୨୭ ଏପ୍ରିଲ ୨୦୧୩ରେ ବିଜେଡିରେ ଅନୁଭବ ସାମିଲ ହୋଇଥିବା ବେଳେ ୨୦୧୪ର ବିଜେଡି ଟିକେଟ୍‌ରେ ରାଜ୍ୟ ସଭା ଏମ୍‌ପି ହୋଇଥିଲେ। ସର୍ବକନିଷ୍ଠ ରାଜ୍ୟ ସଭା ଏମ୍‌ପି ଥିଲେ ଅନୁଭବ ମହାନ୍ତି। ତେବେ ୨୦୧୯ରେ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରରୁ ଭାଜପା ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ବିପକ୍ଷରେ ବିଜେଡି ତାଙ୍କୁ ମଇଦାନକୁ ଓହ୍ଲାଇଥିଲା। ସେ ବୈଜୟନ୍ତଙ୍କୁ ପରାସ୍ତ କରି କେନ୍ଦ୍ରାପଡ଼ା ଏମ୍‌ପି ଭାବେ ନିର୍ବାଚିତ ହୋଇଥିଲେ।

 

 

Leave A Reply

Your email address will not be published.