୮ ଲୋକସଭା ୪୯ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ

0

ଭୁବନେଶ୍ବର: ୨୦୨୪ ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି କଂଗ୍ରେସ । ୮ ଲୋକସଭା ଓ ୪୯ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ପିସିସି ସଭାପତି ଶରତ ପଟ୍ଟନାୟକ ନୂଆପଡ଼ା ଆସନରୁ ପ୍ରାର୍ଥୀ ହୋଇଥିବା ବେଳେ ବଲାଙ୍ଗୀର ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି ନରସିଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ର ମିଶ୍ର। ସେହିଭଳି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଦାସ ନର୍ଲାରୁ ପ୍ରାର୍ଥୀ ହୋଇଥିବା ବେଳେ ଭବାନୀପାଟଣାରୁ ପ୍ରାର୍ଥୀ ହୋଇଛନ୍ତି ସାଗର ଚରଣ ଦାସ।

ଏଣେ ସାନଖେମୁଣ୍ଡିରୁ ରମେଶ ଜେନା ପୁଣିଥରେ କଂଗ୍ରେସ ପ୍ରାର୍ଥୀ ହୋଇଥିବା ବେଳେ ବିଜୟ ପଟ୍ଟନାୟକଙ୍କୁ ପାରଳାଖେମୁଣ୍ଡିରୁ ପ୍ରାର୍ଥୀ କରିଛି କଂଗ୍ରେସ । ତାରା ବାହିନୀପତିଙ୍କୁ ଜୟପୁର ଆସନରୁ ଦଳ ପ୍ରାର୍ଥୀ କରିଥିବା ବେଳେ ହକି ତାରକା ପ୍ରବୋଧ ତୀର୍କିଙ୍କୁ ତଳସରାରୁ ଦଳ ମୈଦାନକୁ ଓହ୍ଲାଇଛି। ଲାଞ୍ଜିଗଡ଼ରୁ ବଳଭଦ୍ର ମାଝୀଙ୍କୁ ଦଳ ପ୍ରାର୍ଥୀ କରିଥିବା ବେଳେ କଣ୍ଟାବାଞ୍ଜିରୁ ସନ୍ତୋଷ ସିଂ ସାଲୁଜାଙ୍କୁ ଦଳ ପୁଣିଥରେ ଭରସା କରିଛି। ତେବେ ବୀରମିତ୍ରପୁର ଆସନ ଜେଏମଏମକୁ ଛାଡ଼ିଥିବା ବେଳେ ବଣାଇ ଆସନ ସିପିଆଇ-ଏମକୁ ଛାଡ଼ିଛି କଂଗ୍ରେସ ।

Leave A Reply

Your email address will not be published.