୨୨ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଦ୍ୱିତୀୟ ଦିନରେ ଦୁଇ ଦିଇଟି ପଦକ ସହ ଖାତା ଖୋଲିଲା ଭାରତ

0

ନୂଆଦିଲ୍ଲୀ(ଆମ ଟିଭି): ବର୍ମିଂହାମରେ ଅନୁଷ୍ଠିତ ହେଉଥିବା ୨୨ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଦ୍ୱିତୀୟ ଦିନରେ  ଦୁଇ ଦିଇଟି ପଦକ ସହ ଖାତା ଖୋଲିଛି ଭାରତ । ଯୁବ ଭାରତ୍ତୋଳକ ସଙ୍କେତ ସାଗର ୫୫ କେଜି ବର୍ଗରେ ଭାରତ ଲାଗି ରୌପ୍ୟ ପଦକ ଜିତିଛନ୍ତି । ସମୁଦାୟ ୨୪୮ କେଜି ଭାର ଉଠାଇ ସେ ଏହି ପଦକ ହାସଲ କରିଛନ୍ତି । ସ୍ନାଚରେ ୧୧୩ କେଜି ଓ କ୍ଲିନ ଆଣ୍ଡ ଜର୍କରେ ୧୩୫ କିଲୋ ଉଠାଇ ସେ ରୌପ୍ୟ ପଦକ ପାଇଛନ୍ତି ।

ସେହିପରି ଭାରୋତ୍ତଳନରେ ଭାରତ ପାଇଁ ଆଉ ଏକ ପଦକ ଆଣିଲେ ଗୁରୁରାଜ ପୁଜାରୀ । ସେ ପୁରୁଷ ୬୧ କିଲୋଗ୍ରାମ ବର୍ଗରେ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଛନ୍ତି । କମନ୍‌ ୱେଲ୍ଥ ଗେମ୍‌ସରେ ଏହା ଭାରତକୁ ଦ୍ୱିତୀୟ ପଦକ । ଆଜି ହିଁ ଭାରତକୁ ପ୍ରଥମ ପଦକ ଉପହାର ଦେଇଥିଲେ ସାଗର ସଙ୍କେତ । ସେ ଭାରତ ପାଇଁ ରୌପ୍ୟ ପଦକ ଆଣିଥିଲେ । ତେବେ ଗୁରୁରାଜ ପୁଜାରୀ ମୋ ୨୬୯ କିଲୋଗ୍ରାମ ଭାର ଉଠାଇଥିଲେ ।

Leave A Reply

Your email address will not be published.