ରେକର୍ଡ ଭାଙ୍ଗିଲା ସୁନା ଦର

0

ଲଗାତର ବଢ଼ି ଚାଲିଛି ସୁନା ଦର। ଭାରତରେ ସୁନା ଦାମ୍‌ ସବୁ ରେକର୍ଡ ଭାଙ୍ଗିଛି। ୧୦ ଗ୍ରାମ ସୁନାର ଦାମ୍‌ ଏବେ ୭୧,୦୦୦ ଡେଇଁଛି। ପ୍ରଥମ ଥର ପାଇଁ ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ସୁନାର ଦାମ୍‌ ୭୧,୦୦୦ ଟଙ୍କା ଅତିକ୍ରମ କରିଛି।

ଆଜି ସୁନା ମୂଲ୍ୟରେ ୪୦୦ରୁ ଅଧିକ ଟଙ୍କା ବୃଦ୍ଧି ପାଇଛି। ଫଳରେ ଖାଣ୍ଟି ସୁନା ଦାମ୍‌ ୧୦ ଗ୍ରାମ ପିଛା ୭୧,୬୨୦ ଟଙ୍କାରେ ପହଞ୍ଚିଛି। ସେହିପରି ୨୨ କ୍ୟାରେଟ୍‌ ସୁନା ୧୦ ଗ୍ରାମ ପିଛା ୬୫,୬୫୦ ରହିଛି।

ସୁନା ସହ ରୁପାର ଚମକ ମଧ୍ୟ ଆଜି ତେଜ୍‌ ହୋଇଛି। ଏହାର ମଧ୍ୟ ଦାମ୍‌ ବଢ଼ିଛି। ରୁପାର ଦାମ୍‌ ୧୦୪୦ରୁ ଅଧିକ ଟଙ୍କା ବୃଦ୍ଧି ପାଇଛି। ଫଳରେ କିଲୋଗ୍ରାମ ପିଛା ରୁପା ଦର ୮୩,୪୦୦ ଟଙ୍କାରେ ପହଞ୍ଚିଛି। ଯାହା ଏହାର ସର୍ବକାଳୀନ ଉଚ୍ଚ ସ୍ତର।

Leave A Reply

Your email address will not be published.