ଭୋଟରଙ୍କୁ ମଦ ଲୋଭ ଦେଖାଇଲେ ଚନ୍ଦ୍ର ବାବୁ

0

ପାଖେଇ ଆସିଲାଣି ଲୋକସଭା ନିର୍ବାଚନ। ନିର୍ବାଚନ ଯେତେ ପାଖେଇ ଆସୁଛି ପ୍ରଚାର ମୈଦାନ ସେତିକି ଉଠୁଛୁ ପଡୁଛି। ନେତା ମନ୍ତ୍ରୀମାନେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଦେଉଛନ୍ତି ପୁଳା ପୁଳା ପ୍ରତିଶ୍ରୁତି। ଏହି କ୍ରମରେ ଏବେ ତେଲୁଗୁ ଦେଶମ ପାର୍ଟି ମୁଖ୍ୟ ତଥା ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଭୋଟର୍‌ଙ୍କୁ ଦେଖାଇଛନ୍ତି ଲୋଭ।

ଆନ୍ଧ୍ରପ୍ରଦେଶର ନିଜ ନିର୍ବାଚନୀ ମଣ୍ଡଳି କୁପ୍ପମ୍‌ରେ ଏକ ରାଲିକୁ ସମ୍ବୋଧିତ କରି ଚନ୍ଦ୍ରବାବୁ ନାଇଡୁ ଭୋଟର୍‌ଙ୍କୁ ଭଲ ମଦ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ସେ କହିଛନ୍ତି, ‘ନିର୍ବାଚନ ଜିତିଲେ ତଥା ୪୦ ଦିନ ପରେ କମ୍‌ ଦାମ୍‌ରେ କ୍ୱାଲିଟି ତଥା ଭଲ ମଦ ଦିଆଯିବ। ମୋର ଛୋଟ ଭାଇମାନେ ମଦର ଦାମ୍‌ କମ୍‌ କରିବାକୁ ଦାବି କରୁଛନ୍ତି।’

କେବଳ ସେତିକି ନୁହେଁ ସେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ୍ନ ମୋହନ ରେଡ୍ଡୀ ଓ ତାଙ୍କ ଦଳ ଓ୍ୱାଆର୍‌ଏସ୍‌ କଂଗ୍ରେସ ଉପରେ ମଧ୍ୟ ବର୍ଷିଛନ୍ତି। ୨୦୧୯ରେ ଦକ୍ଷିଣର ରାଜ୍ୟଗୁଡିକରେ ମଦ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଦେଇଥିବା ପ୍ରତିଶ୍ରୁତିରୁ ପଛକୁ ହଟିଥିବା ନେଇ ସେ ଜଗନ୍ନ ମୋହନ୍ନ ରେଡ୍ଡୀଙ୍କୁ ଟାର୍ଗେଟ୍‌ କରିଛନ୍ତି।

ମଦ ସମେତ ପ୍ରତ୍ୟେକ ଜିନିଷର ଦାମ୍‌ ଦିନକୁ ଦିନ ବଢ଼ିବାରେ ଲାଗିଛି। ରାଜ୍ୟରେ ଗୋଟିଏ ନିପ୍‌(୧୮୦ ଏମ୍‌ଏଲ୍‌)ର ଦାମ୍‌ ୬୦ ଟଙ୍କା ଥିବା ବେଳେ ଏହାକୁ ଜଗନ୍ନ ସରକାର ୨୦୦ ଟଙ୍କା ବଢ଼ାଇ ଦେଇଛନ୍ତି। ଏଥିରୁ ୧୦୦ ଟଙ୍କା ସିଧାସଳଖ ସରକାରଙ୍କ ପକେଟକୁ ଯାଉଥିବା ଚନ୍ଦ୍ରବାବୁ ନାଇଡୁ କହିଛନ୍ତି।

Leave A Reply

Your email address will not be published.