ବିଜେଡିରେ ମିଶିବା ପରେ ଭାଜପାକୁ ଟାର୍ଗେଟ କଲେ ଲେଖାଶ୍ରୀ

0

ଭୁବନେଶ୍ୱର (ଆମ ଟିଭି):  ଭାଜପା ଛାଡି ବିଜେଡିରେ ସାମିଲ ହୋଇଥିବା ଲେଖାଶ୍ରୀ ସାମନ୍ତସିଂହାର ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଓଡ଼ିଶା ଭାଜପା ଏକ ରାଜନୈତିକ ଦଳ ହୋଇ ରହିନାହିଁ। ରାଜ୍ୟ ଭାଜପାରେ କ’ଣ ଘଟୁଛି ତାହାକୁ କେନ୍ଦ୍ର ନେତୃତ୍ୱଙ୍କୁ ରାଜ୍ୟ ନେତୃତ୍ୱ ଜଣାଯାଉନାହିଁ। କେନ୍ଦ୍ରୀୟ ନେତୃତ୍ୱଙ୍କୁ ଅନ୍ଧାରରେ ରଖାଯାଉଛି। ଦଳ ଭିତରେ ଏକତା ନାହିଁ । ନିଜ ନିଜ ଭିତରେ ଲଢେଇ ଚାଲିଛି ।

ଅନ୍ୟପଟେ ଲେଖାଶ୍ରୀ ଭାଜପା ଛାଡି ବିଜେଡିରେ ଯୋଗ ଦେବା ପରେ ତାଙ୍କୁ ଦଳ ବାଲେଶ୍ୱରରୁ ଲୋକ ସଭା ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି।

Leave A Reply

Your email address will not be published.