ବାପା କହିଲେ ପୁଅ ହାରିଯାଉ
ପୁଅକୁ ବିଜେପି ଟିକେଟ ଦେବା ପରେ ରାଗି ଯାଇଛନ୍ତି ବାପା। ଏଥିପାଇଁ ଜନ୍ମ କଲା ପୁଅର ପରାଜୟ କାମନା କରିଛନ୍ତି ବାପା। କେରଳର ପଥନାମଥିଟ୍ଟା ଲୋକସଭା ଆସନରୁ ବିଜେପି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏକେ ଆଣ୍ଟୋନୀଙ୍କ ପୁଅ ଅନୀଲ କେ ଆଣ୍ଟୋନୀଙ୍କୁ ଟିକେଟ ଦେଇଛି। ବିଜେପି ଟିକେଟରେ ଲଢ଼ିବାକୁ ଅନୀଲ ସଜବାଜ ହେଉଥିବା ବେଳେ କଂଗ୍ରେସରେ ଏକେ ଆଣ୍ଟୋନୀ ପୁଅ ହାରି ଯାଉ ବୋଲି କହିଛନ୍ତି।
ଅନୀଲ ଦୀର୍ଘ ଦିନ ହେଲାଣି ବିଜେପିରେ ରହିଛନ୍ତି। ଏ ସମ୍ପର୍କରେ ନଜର ନିରବତା ଭାଙ୍ଗି ଏକେ ଆଣ୍ଟୋନୀ କହିଛନ୍ତି, ତାଙ୍କ ପୁଅ ଅନୀଲ ପଥନାମଥିଟ୍ଟା ଲୋକସଭା ଆସନରେ ହାରିଯିବା ଦରକାର। ପୁଅ ବଦଳରେ କଂଗ୍ରେସ ପ୍ରାର୍ଥୀ ଅଣ୍ଟୋ ଆଣ୍ଟୋନୀ ପୂର୍ଣ୍ଣ ଜନସମର୍ଥନ ସହ ସେଠାରୁ ଜିତନ୍ତୁ ବୋଲି ଆଣ୍ଟୋନୀ କହିଛନ୍ତି।