କେ କବିତାଙ୍କୁ ଗିରଫ କଲା ସିବିଆଇ

0

ତେଲାଙ୍ଗନା ବିଆରଏସ (ଭାରତ ରାଷ୍ଟ୍ର ସମିତି) ନେତ୍ରୀ କେ କବିତାଙ୍କ ପାଇଁ ଅଡ଼ୁଆ ବଢିଛି। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଇଡି ତାଙ୍କୁ ଗିରଫ କରିଥିବା ବେଳେ ଏବେ ସିବିଆଇ ଗିରଫ କରିଛି। ଆଜି ସିବିଆଇ ତାଙ୍କୁ ତିହାର ଜେଲରୁ ଗିରଫ କରିଥିବା ସୂଚନା ମିଳିଛି।

ନିକଟରେ ତଦନ୍ତକାରୀ ସଂସ୍ଥା ସିବିଆଇ ଜେଲରେ କବିତାଙ୍କୁ ପଚରାଉଚରା କରୁଥିଲା। ଏକାଧିକ ବାର ପଚରାଉଚରା କରିବାର କିଛି ଦିନ ପରେ ଗିରଫ କରିନେଇଛି। ସିବିଆଇ ମଧ୍ୟ ତାଙ୍କୁ ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଗିରଫ କରିଛି।

ପ୍ରକାଶ ଥାଉ କି, ଜାନୁଆରୀ ୧୫ରେ ହାଇଦ୍ରାବାଦ ସ୍ଥିତ ବଞ୍ଜାରା ହିଲ୍ସ ବାସଭବନରୁ କବିତାଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ହର୍ଥ ହେରଫେର ଅଭିଯୋଗରେ ବାନ୍ଧିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।

Leave A Reply

Your email address will not be published.