ପୂର୍ବତନ ମନ୍ତ୍ରୀ ତଥା ଡାକ୍ତର କମଳା ଦାସଙ୍କ ପରଲୋକ

0

ଭୁବନେଶ୍ୱର (ଆମ ଟିଭି): ପୂର୍ବତନ ମନ୍ତ୍ରୀ ତଥା ଡାକ୍ତର କମଳା ଦାସଙ୍କ ପରଲୋକ । ଗତକାଲି କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ଦୀର୍ଘଦିନ ଧରି ସେ ଫୁସଫୁସ୍ ସଂକ୍ରମଣ ରୋଗରେ ପୀଡ଼ିତ ଥିଲେ । ୭୯ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି । ସେ ଭୋଗରାଇ ଆସନରୁ ୩ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।

୧୯୯୦ ମସିହାରେ ଶ୍ରୀମତୀ ଦାସ ଚାକିରି ଛାଡ଼ି ଜନତା ଦଳ ଟିକେଟରେ ଭୋଗରାଇ ଆସନରୁ ନିର୍ବାଚିତ ହୋଇଥିଲେ । ୧୯୯୫ରେ ସେହି ଜନତା ଦଳରୁ ପୁଣି ଥରେ ନିର୍ବାଚିତ ହୋଇଥିଲେ କମଳା ଦାସ । ୨୦୦୦ ମସିହାରେ ବିଜୁ ଜନତା ଦଳ ଟିକେଟରେ ବିଧାୟକ ହୋଇଥିଲେ କମଳା । ସେ ମଧ୍ୟ ଉଭୟ ବିଜୁ ପଟ୍ଟନାୟକ ଓ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀ ମଣ୍ଡଳରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଶିଶୁ ବିକାଶ ପରି ଗୁରୁତ୍ୱପୂର୍ଣ୍ଣ ବିଭାଗରେ କ୍ୟାବିନେଟ୍ ମନ୍ତ୍ରୀ ପଦ ସମ୍ଭାଳିଥିଲେ ।

Leave A Reply

Your email address will not be published.