ଭୁବନେଶ୍ୱର (ଆମ ଟିଭି): ବିଧାୟକ ପଦ ରଦ୍ଦ ହେବା ପରେ ପୂର୍ବତନ ବିଜେଡି ବିଧାୟକ ତଥା ବର୍ତ୍ତମାନର ଜୟଦେବ ବିଧାନସଭା ଆସନର ଭାଜପା ପ୍ରାର୍ଥୀ ଅରବିନ୍ଦ ଢାଲି ଆଇନର ଆଶ୍ରୟ ନେବେ। ଭୁବନେଶ୍ୱରରେ ଅନୁଷ୍ଠିତ ଏକ ମିଶ୍ରଣ ପର୍ବରେ ସେ ଏହା କହିଛନ୍ତି ।
ସେ କହିଛନ୍ତି, ଜାଣିଶୁଣି ମୋ ବିଧାନସଭା ପଦକୁ ରଦ୍ଦ କରାଯାଇଛି। ଯେଉଁମାନେ ବିଜେଡିରୁ ଭାଜପାକୁ ଆସିଛନ୍ତି, ସେମାନଙ୍କର ହିଁ ବିଧାୟକ ପଦ ରଦ୍ଦ କରାଯାଇଛି।ଅନ୍ୟମାନଙ୍କର କାହିଁକି ନୁହଁ ବୋଲି ସେ ପ୍ରଶ୍ନ କରିଛନ୍ତି।