ଟିକେଟ୍ ପାଇବା ପରେ କଟକ ଚଣ୍ଡୀ ମନ୍ଦିରରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ

0

ଭୁବନେଶ୍ୱର (ଆମ ଟିଭି): ଟିକେଟ୍ ପାଇବା ପରେ ପ୍ରଥମେ କଟକ ଚଣ୍ଡୀ ମନ୍ଦିରରେ ବର୍ଷା ପ୍ରିୟଦର୍ଶିନୀ । ମନ୍ଦିରରେ ପହଁଚି ମାଆଙ୍କ ପୂଜାର୍ଚ୍ଚନା କରିଛନ୍ତି ଅଭିନେତ୍ରୀ ବର୍ଷା । ଏଥିସହ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ବର୍ଷା କହିଛନ୍ତି, ନବୀନ ପଟ୍ଟନାୟକ ମୋ ଉପରେ ବିଶ୍ୱାସ ରଖିଛନ୍ତି, ଏହାର ସମ୍ମାନ ନିଶ୍ଚୟ ରଖିବି । ଏଥିସହ ବଡଚଣାବାସୀଙ୍କୁ ସମ୍ମାନ ଓ ଧନ୍ୟବାଦ ଜଣାଇଛନ୍ତି ।

ମହିଳାଙ୍କୁ ପ୍ରାର୍ଥୀ କରିବା ନେଇ ବର୍ଷା କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ମହିଳାଙ୍କୁ ସମ୍ମାନ ଦେଇ ଆସିଛନ୍ତି । ମିଶନ୍ ଶକ୍ତି ହେଉଛି ଏହାର ଜ୍ୱଳନ୍ତ ଉଦାହରଣ । ବଡଚଣାରୁ ଅମର ଶତପଥୀଙ୍କ ବଦଳରେ ଅଭିନେତ୍ରୀ ବର୍ଷୀ ପ୍ରୀୟଦର୍ଶିନୀଙ୍କୁ ପ୍ରାର୍ଥୀ କରାଯାଇଛି । ଦିନକ ଦଳେ ବିଜେଡିରେ ବିଧିବଦ୍ଧ ଭାବେ ଯୋଗ ଦେଇଥିଲେ ।

Leave A Reply

Your email address will not be published.