ସମୀର ରଞ୍ଜନ ଦାସଙ୍କ ଶକ୍ତି ପ୍ରଦର୍ଶନ

0

ବିଜେଡି ପକ୍ଷରୁ ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ଟିକେଟ ମିଳିନାହିଁ। ଏହାକୁ ନେଇ ତାଙ୍କର ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। କେବଳ ଏତିକି ନୁହେଁ ସମୀର ନିଜେ ମଧ୍ୟ ଏକ ପ୍ରକାର ନିଷ୍ପତ୍ତି ବିରୋଧରେ ବିଦ୍ରୋହ କରିବାରେ ଲାଗିଛନ୍ତି। ଏହି ପରିପ୍ରେକ୍ଷୀରେ ଶନିବାର ନିମାପଡ଼ା ବାରବାଟୀ ପଡ଼ିଆରେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି ସେ। ହଜାର ହଜାର କର୍ମୀ ଏବଂ ପ୍ରଶଂସକଙ୍କ ସହ ସେ ସମାବେଶ କରିଛନ୍ତି।

ବିଜେଡି ସମୀରଙ୍କ ବଦଳରେ ନୂଆ କରି ସାମିଲ ହୋଇଥିବା ଦିଲୀପ ନାୟକଙ୍କୁ ଟିକେଟ ଦେଇଛି। ଏହାକୁ ବିରୋଧ କରିବା ସହ ଟିକେଟକୁ ପୁନର୍ବିଚାର କରିବା ଲାଗି ସମୀର ସମର୍ଥକଙ୍କ ସହ ସମାବେଶ କରିଛନ୍ତି। ଏଥିରେ ସେ ‘ସମୀର ନାହିଁ ତ ଶଙ୍ଖ ନାହିଁ’ ବୋଲି ନାରା ଦେଇଛନ୍ତି।

ପୂର୍ବରୁ ସମୀର ନିଜର ଶକ୍ତି ପ୍ରଦର୍ଶନକୁ ନେଇ କହିଥିଲେ ଯେ ମୋ’ ନେତା ନବୀନ ପଟ୍ଟନାୟକଙ୍କ ଅଗୋଚରରେ ଏଭଳି ଘଟଣା ଘଟିଛି। ଏହାକୁ ପୁନର୍ବିଚାର କରିବା ମୋର ଦାବି ପୂର୍ବକ ଶକ୍ତି ପ୍ରଦର୍ଶନ କରାଯିବ। ଯଦି ଏହାକୁ ଦଳ ଦୃଷ୍ଟି ନ ଦିଏ ତେବେ ଦଳୀୟ କର୍ମୀ ଏବଂ ନେତୃତ୍ୱମାନଙ୍କ ପରାମର୍ଶରେ ପରବର୍ତ୍ତୀ କାର୍ଯ୍ୟକ୍ରମ କରାଯିବ ବୋଲି ସେ ଚେତାଇଥିଲେ।

Leave A Reply

Your email address will not be published.