୨୫ ତାରିଖରେ ଓଡିଶା ଆସୁଛନ୍ତି ଶାହା: ସୋନପୁରରେ ହାଇଭୋଲଟେଜ୍ ପ୍ରଚାର କରିବେ କେନ୍ଦ୍ର ଗୃହମନ୍ତ୍ରୀ

0

ଭୁବନେଶ୍ୱର (ଆମ ଟିଭି): ଆରମ୍ଭ ହୋଇଗଲା ୨୦୨୪ ନିର୍ବାଚନ ପାଇଁ ପ୍ରଚାର ମାହୋଲ । ଓଡିଶାରେ ସରଗରମ ପ୍ରଚାରର ଶୁଭାରମ୍ଭ କଲା ବିଜେପି । ଏହି କ୍ରମରେ ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଏପ୍ରିଲ ୨୫ ତାରିଖରେ ସୋନପୁର ଗସ୍ତରେ ଆସୁଛନ୍ତି ଶାହା । ଓଡିଶା ଆସି ସୋନପୁରରେ କରିବେ ହାଇଭୋଲଟେଜ ପ୍ରଚାର ।ତେବେ ୨୫ ତାରିଖ ଅପରାହ୍ନରେ ଏକ ବିଶାଳ ଜନସଭାରେ ଯୋଗଦେଇ ଜନତାଙ୍କୁ ସମ୍ବୋଧିତ କରିବେ ଶାହା । ବଲାଙ୍ଗିର ଲୋକସଭା ନିର୍ବାଚନ ମଣ୍ଡଳୀରେ ସୋନପୁର ଆସୁଥିବା ବେଳେ ଏହି ସଂସଦୀୟ କ୍ଷେତ୍ରରେ ସଂଗୀତା ସିଂହ ଦେଓଙ୍କୁ ସାଂସଦ ପ୍ରାର୍ଥୀ କରିଛି ଦଳ ।

ସେହିପରି ସୋନପୁର ବିଧାନସଭା କ୍ଷେତ୍ରରୁ ପ୍ରମୋଦ ମହାପାତ୍ରଙ୍କୁ ମିଳିଛି ଟିକେଟ । ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ନିର୍ବାଚନରେ ବିଜୟୀ ହେବାକୁ ନେତା ଓ କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ ଅମିତ ଶାହା । ଏଥିସହ ଭୁବନେଶ୍ୱରରେ ଦଳର ରାଜ୍ୟ ନେତୃତ୍ୱଙ୍କୁ ଭେଟି ରଣନୀତି ସମ୍ପର୍କରେ ଆଲୋଚନା କରିବେ । କାର୍ଯ୍ୟକ୍ରମ ସରିବା ପରେ ଭୁବନେଶ୍ୱରରେ ରାତ୍ରିଯାପନ କରିବେ କେନ୍ଦ୍ର ଗୃହମନ୍ତ୍ରୀ । ତେବେ ଶାହାଙ୍କ ଗସ୍ତଙ୍କୁ ନେଇ ଉତ୍ସାହିତ ବିଜେପି ନେତା ଓ କର୍ମୀ ।

 

Leave A Reply

Your email address will not be published.