ହାଇକୋର୍ଟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲା, ଆସନ୍ତା ୨୯ ତାରିଖରେ ହେବ ପରବର୍ତ୍ତୀ ଶୁଣାଣି

0

ଭୁବନେଶ୍ୱର(ଆମ ଟିଭି): ହାଇକୋର୍ଟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲା। ଆସନ୍ତା ୨୯ ତାରିଖରେ ହେବ ମାମଲାର ପୂର୍ଣାଙ୍ଗ ଶୁଣାଣୀ। ପୂର୍ବରୁ ହାଇକୋର୍ଟ ଡ୍ରାଫ୍ଟ ମେଧା ତାଲିକା ରଦ୍ଦକୁ ଚ୍ୟାଲେଞ୍ଜ କରି ଏକାଧିକ ରିଟ୍ ପିଟିସନ୍ ଦାୟର କରିଥିଲେ ମେରିଟ୍ ଲିଷ୍ଟରେ ସ୍ଥାନ ପାଇଥିବା ଆଶାୟୀ।

ସେହିପରି ଏହି ମାମଲାକୁ ଦୁଇ ଜଣିଆ ଖଣ୍ଡପୀଠରେ ଶୁଣାଣୀ କରିବାକୁ ସରକାର ହାଇକୋର୍ଟରେ ଅପିଲ୍ କରିଥିଲେ। ତେବେ ଆଜି ହାଇକୋର୍ଟ ଦୁଇ ପକ୍ଷଙ୍କୁ ଶୁଣିବା ପରେ ଆସନ୍ତା ୨୯ ତାରିଖରେ ମାମଲାର ପୂର୍ଣ୍ଣାଙ୍ଗ ଶୁଣାଣୀ କରିବାକୁ ଦିନ ଧାର୍ୟ୍ୟ କରିଛନ୍ତି ।

Leave A Reply

Your email address will not be published.