ଶହେ ଦିନରେ ପହଞ୍ଚିଲା ଓଡ଼ିଆ ଚଳଚ୍ଚିତ୍ର “ଦଶମ”, ଆଜିଠୁ ଆଓ ନେକ୍ସ୍ଟ ରେ ଷ୍ଟ୍ରିମିଙ୍ଗ*

0

ତରୁଣ ବୟସର ପିଲାଙ୍କ ପାଇଁ ମନୋରଞ୍ଜନର ଖୁରାକ ଯୋଗାଇଛି ଓଡ଼ିଆ ଚଳଚ୍ଚିତ୍ର “ଦଶମ” l ଖୁବ କମ୍ ବୟସରୁ ନିର୍ଦ୍ଦେଶନାରେ ପାଦ ଦେଇ ଚର୍ଚ୍ଚାରେ ଥିବା ଯୁବ ସିନେ ନିର୍ଦ୍ଦେଶକ ରାଜା ଡ଼ି ଏହାର ନିର୍ଦ୍ଦେଶନା ଦେଇଛନ୍ତି l ଅନେକ ସଫଳ ମ୍ୟୁଜିକ ଭିଡ଼ିଓ ନିର୍ଦ୍ଦେଶନା ଦେଇ ମ୍ୟୁଜିକ ଭିଡିଓ ଦୁନିଆରେ ଗୋଟେ ପରିବର୍ତ୍ତନ ଆଣିବା ସହିତ ଅନେକ କଳାକାର ସୃଷ୍ଟି କରିଛନ୍ତି ରାଜା ଡ଼ି l ବର୍ତ୍ତମାନର ଡ୍ୟାନସିଂ ଷ୍ଟାର ଶୈଳେନ୍ଦ୍ର ସାମନ୍ତରାୟ, ନୀଳାକ୍ଷୀ ପାତ୍ର, ଆକାଶ ହୋତା, ଫନି ପ୍ରକାଶ, ଅର୍ମାନ ମହାନ୍ତି, ବଣ୍ଟି, ଜ୍ୟୋତି, ସିମ୍ରନ, ସୁମନ ପଟ୍ଟନାୟକ, ସୁଶାନ୍ତ ଦାସ ମହାପାତ୍ର, ସନ୍ତୁ ନିଜେ, ରବି ମିଶ୍ର ପ୍ରମୁଖଙ୍କୁ କଳାକାରଙ୍କୁ ନେଇ “ଦଶମ” ନାମକ ଏକ ଚଳଚ୍ଚିତ୍ର ନିର୍ମାଣ କରି ପ୍ରଶଂସା ସାଉଁଟିବାରେ ଲାଗିଛନ୍ତି l

ଅନେକ ବର୍ଷ ପରେ ପ୍ରେକ୍ଷାଳୟରେ ଶହେ ଦିନରେ ପହଞ୍ଚିଲା ସିନେମା “ଦଶମ” l ଚନ୍ଦକା ଇଣ୍ଡଷ୍ଟ୍ରିଆଲସ୍ଥିତ ଡିଏଲଏଫ ଯୋକା କୋର୍ଟୟାର୍ଡ଼ ଠାରେ ଶହେ ଦିନ ପୂର୍ତ୍ତି ଅବସରରେ କେକ୍ କାଟି ଏକ ସ୍ୱତନ୍ତ୍ର ସେଲିବ୍ରେସନ ହୋଇଥିଲା l ତା’ସହିତ ଆଓ ନେକ୍ସ୍ଟ ରେ ଆଜିଠାରୁ ଷ୍ଟ୍ରିମିଙ୍ଗ ହେଲା l ଦର୍ଶକ ଆଜିଠାରୁ ମୋବାଇଲ ରେ ଘରେ ବସି ଦେଖିପାରିବେ l ଏହି ସେଲିବ୍ରେସନ ରେ ଦଶମ ର ପୁରା ଟିମ ସହିତ ଓଲିଉଡ଼ର ଅନେକ କଳାକାର, ଫ୍ୟାନ୍ ଙ୍କ ସମେତ ପ୍ରଚାର ଓ ପ୍ରସାର ମୁଖ୍ୟ ପ୍ରଣୟ ଜେଠୀ ଉପସ୍ଥିତ ଥିଲେ l

ତରୁଣ ବୟସର ପିଲାଙ୍କ ପାଇଁ ପରିକଳ୍ପନା କରି ନିର୍ମାଣ କରିଛନ୍ତି ନିର୍ଦ୍ଦେଶକ ହେଲେ ସବୁ ବର୍ଗର ଦର୍ଶକଙ୍କଠୁ ପ୍ରଶଂସା ମିଳୁଛି l ଦଶମ ଚଳଚ୍ଚିତ୍ରରେ ଓଡ଼ିଆ ସୁପରଷ୍ଟାର ବାବୁସାନ ମହାନ୍ତିଙ୍କ କଣ୍ଠ ସ୍ୱରର ଶୀର୍ଷକ ଗୀତଟି ଶ୍ରୋତା ଙ୍କୁ ବିଭୋର କରିଛି l ଗୋଟିଏ ପରେ ଗୋଟିଏ ଫିଲ୍ମ ହିଟ୍ ଦେଇଆସୁଥିବା ଯୁବ ନିର୍ଦ୍ଦେଶକ ରାଜା ଡି ଙ୍କର ଏକ ନିଆରା ପରିକଳ୍ପନାରେ ନିର୍ମିତ ଚଳଚ୍ଚିତ୍ର ଦଶମ ର ପ୍ରଯୋଜନା କରିଛନ୍ତି ଦୀପକ କୁମାର ଜେନା, ସହ-ପ୍ରଯୋଜନା କରିଛନ୍ତି ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀ, କୌଶିକ ଦାସ ଏବଂ ରାମ ପଟ୍ଟନାୟକ l ଦଶମ ଚଳଚ୍ଚିତ୍ରରେ ଏକା ସାଙ୍ଗରେ ୭ ଜଣ ସଙ୍ଗୀତ ନିର୍ଦ୍ଦେଶକ ଗୌରବ ଆନନ୍ଦ, କ୍ରିତ ପ୍ରିୟୋ, ସନ୍ଦୀପ ପଣ୍ଡା, ଶୁଭ୍ରଜିତ ମହାନ୍ତି, ବିଜୟ ରଥ, ସୁବ୍ରତ ବେହେରା ଏବଂ ଅନୁରାଗ ପଟ୍ଟନାୟକ ଥିବା ବେଳେ ସୁପରଷ୍ଟାର ବାବୁସାନ ମହାନ୍ତି, ଅନନ୍ୟା ଶ୍ରୀତମ ନନ୍ଦ, କୁଲଦୀପ ପଟ୍ଟନାୟକ, ବିରାଜ, ଗୌରବ ଆନନ୍ଦ, ଆଶ୍ରିତା, ସୌଜନ୍ୟ, ସୌରଭ, ଆଶୁତୋଷ, ସନ୍ଧ୍ୟାରାଣୀ, ସନ୍ଦୀପ ପଣ୍ଡା, ଶୈଳେନ୍ଦ୍ର ଏବଂ ସଞ୍ଜୀବ କୁମାର କଣ୍ଠଦାନ କରିଛନ୍ତି l ଦଶମରେ ସମୁଦାୟ ୯ ଟି ଗୀତ ରହିଛି ଏବଂ ସମସ୍ତ ଗୀତ ଗୁଡିକୁ ଲେଖିଥିବା ଗୀତିକାର ମାନେ ହେଲେ ସିରାଜ ରଥ, ରଞ୍ଜନ, ସୌମ୍ୟ ରଞ୍ଜନ ପଣ୍ଡା, ସନ୍ଦୀପ ପଣ୍ଡା, ଜେ ପି ୱାର୍ଡସ୍ମିଥ, ରାଜେଶ ଦାସ ଏବଂ କୁମାରଶ୍ରୀ ସାହୁ l

ତେବେ ଦଶମ ଚଳଚ୍ଚିତ୍ର ରେ ଯେତେ ଜଣ ଚରିତ୍ରଙ୍କୁ ନେଇ ନିର୍ମାଣ ହୋଇଛି ସମସ୍ତେ ନାବାଳକ ଓ ନାବାଳିକା l ସ୍କୁଲ ବେଳର କିଛି ଖଟା ମିଠା କଥା, ଦଶମ ଶ୍ରେଣୀର କିଛି ଅନୁଭୂତିକୁ ନେଇ ଚଳଚ୍ଚିତ୍ର ଦଶମ ଦୀର୍ଘ ଶହେ ଦିନରେ ମଧ୍ୟ ଦର୍ଶକାଦ୍ରୁତ ହୋଇପାରିଛି l କାହାଣୀ ଓ ସଂଳାପ କୁମାରଶ୍ରୀ ସାହୁ ଏବଂ ରାଜା ଡି l ଡିଓପି ବିଶ୍ୱଜିତ କୁଲ୍ଟି, ସମ୍ପାଦନା କେଡ଼ି ସିପୁନ, ନୃତ୍ୟ ନିର୍ଦ୍ଦେଶନା ଦିବ୍ୟ, ଡି ଦୀପକ ଏବଂ ରାଜା ଡି l

 

ଚଳଚ୍ଚିତ୍ରର ମୁଖ୍ୟ ଚରିତ୍ରରେ ଶୈଳେନ୍ଦ୍ର ସାମନ୍ତରାୟ, ଆକାଶ ହୋତା, ଫନି ପ୍ରତୀକ, ଅର୍ମାନ ମହାନ୍ତି, ବଣ୍ଟି, ଜ୍ୟୋତି, ନୀଳାକ୍ଷୀ ପାତ୍ର, ସିମ୍ରନ, ସୁମନ ପଟ୍ଟନାୟକ, ସୁଶାନ୍ତ ଦାସ ମହାପାତ୍ର, ସନ୍ତୁ ନିଜେ, ବାପି ଖୋର୍ଦ୍ଧା ଟୋକା ଏବଂ ଅଭିଜ୍ଞ ରବି ମିଶ୍ର ଅଛନ୍ତି l

ପ୍ରମୋସନାଲ ଗୀତ ଟି ଅସୀମା ପଣ୍ଡା ଙ୍କ ସହିତ ଅନୁଗୁଳିଆ ବଣ୍ଟି ଗାଇଛନ୍ତି, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅନୁରାଗ ପଟ୍ଟନାୟକ ଏବଂ ଅଭିନୟ ରେ ଗୁଲୁଆ ଅଛନ୍ତି l

ସୋସିଆଲ ମିଡ଼ିଆ ରେ ଦଶମ ଜୋରସୋର ଚର୍ଚ୍ଚା ରେ ଥିବାବେଳେ ଦର୍ଶକ ପ୍ରେକ୍ଷାଳୟରେ ଦେଖିବାକୁ ଖୁବ ଆଗ୍ରହୀ ହେଉଛନ୍ତି l

Leave A Reply

Your email address will not be published.