ଜୀ ସାର୍ଥକ ‘ଦେଖନ୍ତୁ ଲଗାତାର ଜିତନ୍ତୁ କାର’ ମେଗା କଣ୍ଟେଷ୍ଟ ର ମେଗା ବିଜେତା ହେଉଛନ୍ତି “ମମତା ଦାସ “
ଜୀ ସାର୍ଥକ ଓଡ଼ିଶାର ଘରେ ଘରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଯାଇଛି । ଓଡ଼ିଆ ସଂସ୍କୃତି, ନିଚ୍ଛକ ପାରିବାରିକ ମୂଲ୍ୟବୋଧ ଏବଂ ସାମାଜିକ ବାସ୍ତବତାକୁ ନେଇ ନିର୍ମିତ ଉନ୍ନତମାନର ଧାରାବାହିକଗୁଡ଼ିକ ହିଁ ଏହି ଚ୍ୟାନେଲକୁ ଦର୍ଶକଙ୍କ ହୃଦୟରେ ବସାଇଛି। ଦର୍ଶକଙ୍କ ସହ ଏହି ଅତୁଟ ସମ୍ପର୍କ ଏବଂ ଭଲପାଇବାକୁ ‘ଦେଖନ୍ତୁ ଲଗାତାର ଜିତନ୍ତୁ କାର’ କଣ୍ଟେଷ୍ଟ ମାଧ୍ୟମରେ ଆହୁରି ମଜବୁତ କରିଛି ଜୀ ସାର୍ଥକ ‘ l
ଏହି ମେଗା କଣ୍ଟେଷ୍ଟରେ ୫୪୦ ଜଣ ବିଜେତାଙ୍କୁ ୨୯୯ ଟଙ୍କାର ମୋବାଇଲ୍ ରିଚାର୍ଜ ଏବଂ ୨୭ ଜଣ ସାପ୍ତାହିକ ବିଜେତାଙ୍କୁ ୧୦ ଗ୍ରାମ୍ ରୂପା ମୁଦ୍ରା ପ୍ରଦାନ କରାଯାଇଛି । ସବୁଠାରୁ ବଡ଼ ଆକର୍ଷଣ ହେଉଛି, ସମ୍ପୂର୍ଣ୍ଣ ପ୍ରତିଯୋଗିତା ସମୟରେ ସର୍ବାଧିକ ସଠିକ ଉତ୍ତର ଦେଇଥିବା ଜଣେ ମେଗା ବିଜେତାଙ୍କୁ ମିଳିଛି ଏକ ଚମତ୍କାର କାର । ପୁରୀ ସହରର ଶ୍ରୀମତୀ ମମତା ଦାସ ହୋଇଛନ୍ତି ଏହି କଣ୍ଟେଷ୍ଟର ମେଗା ବିଜେତା ଯିଏ ଜିତିଛନ୍ତି ଗୋଟେ ନୂଆ କାର। ଏହି ଅଭିନବ ପ୍ରୟାସ ସମ୍ପର୍କରେ ଜୀ ସାର୍ଥକର ଚିଫ୍ ଚ୍ୟାନେଲ୍ ଅଫିସର ଶ୍ରୀ ରାହୁଲ ରାଓ କହିଛନ୍ତି, ‘ଓଡ଼ିଶାବାସୀଙ୍କ ନିରନ୍ତର ସମର୍ଥନ ଏବଂ ଆଦର ପାଇଁ ଆମେ ଚିରକୃତଜ୍ଞ। ’ଜୀ ସାର୍ଥକ ଦେଖନ୍ତୁ ଲଗାତାର ଜିତନ୍ତୁ କାର’ ମେଗା କଣ୍ଟେଷ୍ଟ ମାଧ୍ୟମରେ ଲକ୍ଷ ଲକ୍ଷ
ଦର୍ଶକ ସେମାନଙ୍କ ନିଷ୍ଠାପର ଭଲପାଇବା ଆମକୁ ଦେଇଛନ୍ତି । ଆପଣମାନେ ସବୁବେଳେ ଏହି ପରି ଭଲପାଇବା ଆମକୁ ଦେଇ ଚାଲନ୍ତୁ ଆଉ ଆପଣଙ୍କ ପ୍ରତିଦିନର ମନୋରଞ୍ଜନ ଆହୁରି ରୋମାଞ୍ଚକର କରିଚାଲିଥିବୁ ।