ଆଜି ବି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ

0

କଲବଲ କରୁଛି ପ୍ରଚଣ୍ଡ ଖରାର କୋପ। ତତଲା କଡ଼େଇରେ ସିଝି ତ୍ରାହି ତ୍ରାହି ଡାକୁଛନ୍ତି ରାଜ୍ୟବାସୀ। ସକାଳ ୮ଟାରୁ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଆଜିଠୁ ଆହୁରି ପ୍ରଚଣ୍ଡ ହେବ ଗ୍ରୀଷ୍ମଲହରି। ସୂର୍ଯ୍ୟଙ୍କ କୋପରେ ଜଳିବ ଉପକୂଳରୁ ଉପାନ୍ତ।ଶୁକ୍ରବାର ଓ ଶନିବାର ଦୁଇ ଦିନ ହିଟୱେଭ୍ ନେଇ ରେଡ୍ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗକେନ୍ଦ୍ର।

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଆଜି ଓ କାଲି ସ୍ୱଭାବିକ ତାପମାତ୍ରାଠାରୁ ଆହୁରି ୩ରୁ ୬ ଡିଗ୍ରୀ ଯାଏ ତାତି ବଢ଼ିପାରେ। ସେଥିପାଇଁ ସିଭିୟର ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଆଜି ପାଇଁ ୯ ଜିଲ୍ଲାକୁ ଏହି ୱାର୍ଣ୍ଣିଂ ଜାରି କରାଯାଇଛି। ସେହିଜିଲ୍ଲାକୁ ଗୁଡ଼ିକ ହେଲା ଗଜପତି, ଗଞ୍ଜାମ, ବାଲେଶ୍ୱର, ମୟୂରଭଞ୍ଜ, ଝାରସୁଗୁଡ଼ା, ଢେଙ୍କାନାଳ, ବଲାଙ୍ଗିର, ନୂଆପଡ଼ା ଓ କଳାହାଣ୍ଡି।

Leave A Reply

Your email address will not be published.