ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ନାଁରେ ଗିରଫ ପରୱାନା ଜାରି ଆଶଙ୍କା

0

ନୂଆଦିଲ୍ଲୀ (ଆମ ଟିଭି); ମଧ୍ୟପ୍ରାଚ୍ୟରେ ଇସ୍ରାଏଲ-ହମାସ ମଧ୍ୟରେ ଜାରି ରହିଛି ଘମାଘୋଟ ଯୁଦ୍ଧ । ଆତଙ୍କୀ ସଂଗଠନକୁ ସମ୍ପୂର୍ଣ୍ଣ ମୂଳପୋଛ ଲକ୍ଷ୍ୟରେ ରକ୍ତମୁଖା ହୋଇଛି ଆଇଡିଏଫ । ପ୍ରଭାବରେ ଗାଜା ପଟ୍ଟିରେ ବସବାସ କରୁଥିବା ପାଲେଷ୍ଟାନୀୟ ନାଗରିକଙ୍କ ଜୀବନ ଦୁର୍ବିସହ ହୋଇଥିବା ବେଳେ ମାନବୀୟ ସହାୟତା ପହଁଚିବା ମଧ୍ୟ କଷ୍ଟ ହୋଇପଡିଛି । ଏସବୁ ଭିତରେ ଇସ୍ରାଏଲମ ପ୍ରଧାନମନ୍ତ୍ରୀ ବୋଞ୍ଜାମିନ ନେତାନ୍ୟାହୁଙ୍କ ପାଇଁ ଅଡୁଆ ବଢିଛି । ମାମଲାରେ ଅର୍ନ୍ତଜାତୀୟ ଅପରାଧିକ କୋର୍ଟ ବୋଞ୍ଜାମିନ ନେତାନ୍ୟାହୁଙ୍କ ବିରୋଧରେ ଗିରଫ ପରୱାନା ଜାରି କରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।

ଯୁଦ୍ଧକୁ ନେଇ କରାଯାଇଥିବା ଅଭିଯୋଗ ଆଧାରରେ କେବଳ ପ୍ରଧାନମନ୍ତ୍ରୀ ନୁହେଁ ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ଏବଂ ଆଇଡିଏଫ ମୁଖ୍ୟଙ୍କ ବିରୋଧରେ ମଧ୍ୟ ଗିରଫ ପରୱାନା ଜାରି ହେବାକୁ ଯାଉଛି । ଅକ୍ଟୋବର ୭, ୨୦୨୩ରୁ ଆରମ୍ଭ ହୋଇଥିବା ଏହି ଯୁଦ୍ଧକୁ ୬ମାସ ବିତିିଥିବା ଏହି ନରସଂହାରରେ ଏବେ ସୁଦ୍ଧା ୩୫ହଜାରରୁ ଅଧିକ ଜୀବନ ଗଲାଣି । ମୃତକଙ୍କ ମଧ୍ୟରେ ଅଧିକାଂଶ ନିରୀହ ଶିଶୁଙ୍କ ସହିତ ମହିଳା ମାନେ ରହିଛନ୍ତି । ଏପର୍ଯ୍ୟନ୍ତ ଜାତିସଂଘ ସମେତ ଅନ୍ୟାନ୍ୟ ଅନ୍ତର୍ଜାତୀୟ ସଂଗଠନ ଏହି ଯୁଦ୍ଧକୁ ରୋକିବା ପାଇଁ ପ୍ରୟାସ କରିଥିଲେ ମଧ୍ୟ ବିଫଳ ହୋଇଛନ୍ତି

Leave A Reply

Your email address will not be published.